ପାଟକୁରା ନିର୍ବାଚନ ପ୍ରସଙ୍ଗ : ଖୁବ ଶୀଘ୍ର ତାରିଖ ଘୋଷଣା, ନିର୍ବାଚନ କମିସନ୍‌ଙ୍କୁ ରିପୋର୍ଟ ଦେଲେ ସିଇଓ

ପାଟକୁରା ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ପାଟକୁରାରେ ନିର୍ବାଚନ କରିବା ନେଇ ସ୍ଥିତିର ସମୀକ୍ଷା କରିବା ପରେ ଭାରତ ନିର୍ବାଚନ କମିସନଙ୍କୁ ଆଜି ଅପରାହ୍ନରେ ରିପୋର୍ଟ ପଠାଇନ୍ତି ଓଡ଼ିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)। ଫନି ପରେ ପାଟକୁରା ସ୍ଥିତି ସ୍ବାଭାବିକ ହୋଇଥିବାରୁ ନିର୍ବାଚନ ତାରିଖ ଘୋଷଣା କରିବାକୁ ସିଇଓ ରିପୋର୍ଟ ଦେଇଥିବା ଜଣାପଡ଼ିଛି। ତେଣୁ ଆସନ୍ତା ଦୁଇ ତିନି ଦିନ ଭିତରେ ନିର୍ବାଚନ କମିସନ୍ ପାଟକୁରା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି।

ସାଧାରଣ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଅର୍ଥାତ ମେ’ ୨୯ ତାରିଖରେ ପାଟକୁରାର ନିର୍ବାଚନ ହେବାର ଥିଲା। ତେବେ ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକ ଯୋଗୁ ନିର୍ବାଚନ ସ୍ଥଗିତ ରହିଥିଲା ଓ ପରବର୍ତ୍ତୀ ସମୟରେ ମେ’ ୧୯ ତାରିଖ ନିର୍ବାଚନ ପାଇଁ ଧାର୍ଯ୍ୟ ହୋଇଥିଲା। ପରେ ପୁଣି ଫନି ଯୋଗୁ ନିର୍ବାଚନ କମିସନ୍ ଦୁଇ ମାସ ପର୍ଯ୍ୟନ୍ତ ପାଟକୁରା ନିର୍ବାଚନକୁ ଘୁଞ୍ଚାଇ ଦେଇଥିଲେ।

ପାଟକୁରାରେ ନିର୍ବାଚନ ତାରିଖ ଘୋଷଣା ହେବା ପରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହେବାକୁ ଥିବା ପୋଲିଂ ଅଧିକାରୀଙ୍କୁ ସାନି ପ୍ରଶିକ୍ଷଣ ଦିଆଯିବ କି ନାହିଁ, ସେ ନିଷ୍ପତ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ନେବେ।

ପାଟକୁରା ନିର୍ବାଚନ ପାଇଁ ବିଜେଡିର ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ପାଟକୁରା ନିର୍ବାଚନ ନେଇ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ ବୈଠକ ଅନୁଷ୍ଠିତ ହୋଇଛି। ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକର ସାଂଗଠନିକ ଦାୟିତ୍ବରେ ଥିବା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ବିଧାୟକ ପ୍ରଣବ ବଳବନ୍ତରାୟ ପ୍ରମୁଖ ଏହି ବୈଠକରେ ଯୋଗଦେଇ ଋଣନୀତି ପ୍ରସ୍ତୁତ କରିଛନ୍ତି।

ସମ୍ବନ୍ଧିତ ଖବର