ପାଟକୁରା ଦଖଲ ପାଇଁ ଅଣ୍ଟା ଭିଡ଼ିଲେ : ବିଜେଡି-ବିଜେପିର ଆକ୍ସନ ପ୍ଲାନ୍‌ ଚୂଡ଼ାନ୍ତ, ଯେମିତି ହେଲେ ବି ଜିତିବାକୁ ନେତାଙ୍କୁ ନିର୍ଦେଶ

ବିଜେଡିକୁ ତେର୍‌ଛା ବାଣ ମାରିଲେ ଦାମ, ବିଜୟଙ୍କ ପରିହାସ, ସମର୍ଥନ ଏଠି କାହିଁକି ନୁହେଁ?

ଭୁବନେଶ୍ବର : ନିର୍ବାଚନ ତାରିଖ ଘୋଷଣା ହେବା ପରେ ପାଟକୁରା ଆସନକୁ ନେଇ ରାଜ୍ୟ ରାଜନୀତିରେ ତାତି ବଢ଼ିବାରେ ଲାଗିଛି। ବହୁଚର୍ଚ୍ଚିତ ଏହି ନିର୍ବାଚନ ଫଳାଫଳକୁ ନିଜ ସପକ୍ଷରେ େନବା ଲାଗି ରଣନୀତିକାରମାନେ ଆପାତତଃ ପ୍ରଚାର ତରିକା, କେଉଁ କେଉଁ ନେତା ପ୍ରଚାର କରିବେ, ପ୍ରସଙ୍ଗର ନକ୍ସା ପ୍ରସ୍ତୁତ କରିଛନ୍ତି। ବିେଜଡି ଶୀର୍ଷସ୍ତରରେ ଘନ ଘନ ବୈଠକ ବସୁଛି। ଦଳର ପ୍ରମୁଖ କାର୍ପଟଦାରମାନେ ସାମ୍ନାରେ ରହି ନିର୍ବାଚନ ପରିଚାଳନା କରୁଛନ୍ତି। ୧୧୧ ଆସନ ଦଖଲ ସତ୍ତ୍ବେ ଦଳ ପାଇଁ ଏହି ନିର୍ବାଚନ ‘ସମ୍ମାନ’ର ପ୍ରଶ୍ନ େହାଇଛି। ଯେ କୌଣସି ପ୍ରକାରେ ଏହି ଆସନ ଦଖଲ କରିବାକୁ ଦଳୀୟ େନତାମାନେ ଅଣ୍ଟା ଭିଡ଼ିଛନ୍ତି।

ଅନ୍ୟପକ୍ଷରେ ବିେଜପି ଏଠାରେ ସ୍ବାଭିମାନର ଲଢ଼େଇ ଲଢୁଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଅନୁଗତମାନେ ‘ପାଟକୁରା ସ୍ବାଭିମାନ’ େବାଲି କହି ପ୍ରଚାର ଅଭିଯାନ ଚଳାଇଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ବିଜେଡି ଭଳି ରାଜ୍ୟ ବିଜେପିର ତୁଙ୍ଗ େନତାମାନଙ୍କୁ ନେଇ ଶନିବାର ରାଜଧାନୀରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଧାୟକ ପ୍ରାର୍ଥୀ ଶ୍ରୀ ମହାପାତ୍ରଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ଠ ଓ ତୁଙ୍ଗ ନେତାମାନେ ପାଟକୁରା ରଣନୀତି କୌଶଳ ନିର୍ଧାରଣ କରିଥିଲେ। େକନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ପଷ୍ଟ କରିଦେଇଥିଲେ, ଗତ ବିଧାନସଭା ନିର୍ବାଚନରେ ପରାଜୟର କ୍ଷତି ବହୁଗୁଣିତ ହେବ, ଯଦି ଦଳ ପାଟକୁରା ଆସନ ଦଖଲ ନ କରେ। କୌଣସି ପରିସ୍ଥିତିରେ ପାଟକୁରା େଯଭଳି ହାତଛଡ଼ା ନ ହୁଏ, ସେ ନେଇ ଶ୍ରୀ ପ୍ରଧାନ ଦଳୀୟ େନତାଙ୍କୁ ସତର୍କ କରାଇ ଦେଇଥିଲେ। ସେ ନିଜେ ୧୪ ଓ ୧୫ ତାରିଖରେ ପ୍ରଚାର ପାଇଁ ଯିବେ। େକନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କଠାରୁ ଆରମ୍ଭ କରି ସବୁ ବରିଷ୍ଠ େନତାଙ୍କୁ ପାଟକୁରାରେ ଡେରା ପକାଇବାକୁ କୁହାଯାଇଛି।

ତେବେ କଂଗ୍ରେସର ପାଟକୁରା ରଣନୀତି କଣ, ତାହା ଏ ଯାଏ ସ୍ପଷ୍ଟ େହାଇନାହିଁ। ଦଳର ଶୀର୍ଷ ନେତୃତ୍ବ ମଧ୍ୟ େଯଭଳି ତତ୍ପରତା ଦେଖାଇବା କଥା ତାହା ପରିଲକ୍ଷିତ େହାଇନାହିଁ।

ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପାଟକୁରା ନିର୍ବାଚନକୁ ଭିନ୍ନ ଦୃଷ୍ଟିରୁ ଗୁରୁତ୍ବ େଦଉଛନ୍ତି। ଏହି ନିର୍ବାଚନର ପ୍ରସଙ୍ଗ କଣ େହବ, ତାହା ଉପରେ ଏବେ ସମସ୍ତଙ୍କ ଲକ୍ଷ୍ୟ ରହିଛି। କେଉଁ ଦଳ ପ୍ରଚାରରେ କଣ କହିବେ, ତାହା ମତଦାନ ଉପରେ ବଡ଼ ପ୍ରଭାବ ରଖିବ େବାଲି ଏହି ମହଲ ମତ ରଖୁଛନ୍ତି।

ପ୍ରଶ୍ନ ଉଠୁଛି, ନିର୍ବାଚନରେ ମୁଖ୍ୟ ପ୍ରସଙ୍ଗ କଣ ହେବ? ପାଟକୁରା ସ୍ବାଭିମାନ ବନାମ ବିଜେଡି ସମ୍ମାନ? ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନାମ ବିଜୟ ମହାପାତ୍ର? ବିେଜଡି ବନାମ ବିଜେପି? କାହାକୁ ସାମ୍ନାକୁ ଆଣି େନତାମାନେ ପ୍ରଚାର କରୁଛନ୍ତି, ତାହା ଏବେ ଏହି ନିର୍ବାଚନକୁ ଅଧିକ େରାଚକ କରିବ େବାଲି କୁହାଯାଉଛି।

ଏପଟେ ପାଟକୁରା ଆସନକୁ ନେଇ ରାଜନୈତିକ ବୟାନବାଜି ବି ଜମିଲାଣି। ବରିଷ୍ଠ ବିଜେପି େନତା ଡାକ୍ତର ଦାେମାଦର ରାଉତ ଓ କଂଗ୍ରେସ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ସାଂଘାତିକ ମତ ରଖିଛନ୍ତି। ଶ୍ରୀ ମହାପାତ୍ର ମଧ୍ୟ ଜବାବ ରଖିଛନ୍ତି।

ବିଜେପି େନତା ଡାକ୍ତର ଦାମୋଦର ରାଉତ ଗଣମାଧ୍ୟମକୁ କହିଛନ୍ତି, ଲୋକେ ନବୀନଙ୍କୁ ନୁହେଁ, ବ୍ୟୁରୋକ୍ରାଟଙ୍କୁ ଭୋଟ ଦେଉଛନ୍ତି। ପାଟକୁରାରେ ସ୍ୱାଭିମାନର ପ୍ରଶ୍ନ ରହିଛି, ଆଞ୍ଚ ଆସିଲେ ସ୍ୱାଭିମାନ ଜଳିବ। ବିଜୟ ମହାପାତ୍ରଙ୍କୁ ବିଧାନସଭାରେ ପୂରାଇ ନ ଦେବାକୁ ନବୀନ ପଣ କରିଛନ୍ତି। ନବୀନ ଅଧ ଡଜନ ମନ୍ତ୍ରୀ ଓ ନେତାଙ୍କୁ ପାଟକୁରାରେ ପ୍ରଚାର ଲାଗି ଭର୍ତ୍ତି କରିଛନ୍ତି। ପାଟକୁରାବାସୀ ଚେତନଶୀଳ। ଏଠି ଟେବୁଲ ତଳ କାରବାର କାମ କରିବନି।

ଡାକ୍ତର ରାଉତ ଆହୁରି କହିଛନ୍ତି, ୧୯୮୦ ମସିହାରେ ପାଟକୁରାରେ ବିଜୁ ବାବୁ ବିଜୟଙ୍କୁ ପ୍ରାର୍ଥୀ କରାଇଥିଲେ। କହିଥିଲେ ମୁଁ ବଡ଼ ବିଜୁ। ବିଜୟ ସାନ ବିଜୁ। ସାନ ନଦୀର ସୁଅ ଟାଣ। ନବୀନଙ୍କ କ୍ରୂରତା ବିଜୟଙ୍କୁ ୨୦ ବର୍ଷ ହେଲା ବିଧାନସଭାରୁ ଦୂରେଇ ରଖିଛି ବୋଲି ଦାମ ଅଭିେଯାଗ କରିଥିଲେ।

ସେହିଭଳି ପାଟକୁରା ନିର୍ବାଚନ ପ୍ରସଙ୍ଗରେ କଂଗ୍ରେସ ନେତା ତାରା ବାହିନୀପତିଙ୍କ ମନ୍ତବ୍ୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ େହାଇଛି। ତାରା କହିଥିଲେ ଯେ, ପାଟକୁରାରେ ବିଜେଡି-ବିଜେପି ଫ୍ରେଣ୍ଡଲି ଲଢୁଛନ୍ତି। ମ୍ୟାଚ ଫିକ୍ସିଂ ହୋଇଛି। ବିଜୟ ମହାପାତ୍ରଙ୍କୁ ବକରା ବନାଯାଇଛି। ଡ୍ରାମା ଚାଲିଛି। ନବୀନ ଚାହୁଁଛନ୍ତି ବିଜୟ ମହାପାତ୍ର ବିଧାନସଭା ନ ଆସନ୍ତୁ। ସାଧାରଣ ନିର୍ବାଚନରେ ବିଜେଡି-ବିଜେପି ପରସ୍ପର ବିରୋଧରେ କହୁଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ସେବେଠୁ ଭିତିରି ବୁଝାମଣା ଥିଲା ବୋଲି ତାରା କହିଥିଲେ।

ଆଜି କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ େଖାଦ୍ ବିଜୟ ମହାପାତ୍ର ମୁହଁ େଖାଲିଛନ୍ତି। କହିଛନ୍ତି, ପାଟକୁରାରେ ସ୍ୱାଭିମାନର ଲଢ଼େଇ ହେଉଛି। ପାଟକୁରାରେ କଂଗ୍ରେସ କେତେ ଭୋଟ ପାଇଥିଲା ଯେ, ତାରା ଏପରି କହୁଛନ୍ତି? ବିଜେଡି ତା’ବାଟରେ ଏବଂ ବିଜେପି ତା’ ବାଟରେ ଲଢୁଛି। କୌଣସି ବିଧାନସଭା ନିର୍ବାଚନରେ ଏମିତି ଫିକ୍ସିଂ ହୁଏ କି ବୋଲି ବିଜୟ ଓଲଟା ପ୍ରଶ୍ନ କରିଛନ୍ତି?

ପରିହାସ ଛଳରେ ଶ୍ରୀ ମହାପାତ୍ର ଆହୁରି କହିଥିଲେ, ଯଦି ବିେଜଡି ରାଜ୍ୟସଭା ନିର୍ବାଚନରେ ବିଜେପିକୁ ସମର୍ଥନ କଲା, ତେବେ ପାଟକୁରାରେ କରିବାରେ ଅସୁବିଧା କଣ ଅଛି?

ସମ୍ବନ୍ଧିତ ଖବର