ନବୀନ ନିବାସରେ ପାଟକୁରା ତନାଘନା : ଛାମୁଆ ନେତାଙ୍କ ସହିତ ମୁଖିଆଙ୍କ ବୈଠକ

ବିଜେଡି ନେତାଙ୍କ ଦାବି ଜିତିବା ବ୍ୟବଧାନ ୪୦ହଜାର, ବିଜେଡିକୁ ବିଜୟଙ୍କ ତେରଛା ବାଣ, ୯୦% ଅସନ୍ତୁଷ୍ଟ

ଭୁବନେଶ୍ବର : ଗତ ସାଧାରଣ ନିର୍ବାଚନରେ ଗରଦପୁର ଓ ମାର୍ଶାଘାଇ ବ୍ଲକରେ ବିଜେଡି ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିନଥିଲା। ଏବେ ସେଠାରେ େଭାଟ ବ୍ୟବଧାନ ବଢିଲାଣି ନା ନାହିଁ। ସ୍ଥିତି କେମିତି ଅଛି?

ବିେଜଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ଏଭଳି କିଛି ପ୍ରଶ୍ନ ଉପରେ ଦଳର ତୁଙ୍ଗ େନତାମାନଙ୍କ ସହିତ ଆେଲାଚନା କରିଛନ୍ତି। କେବଳ ସେତିକି ନୁହେଁ, ଏହି ଦୁଇ ବ୍ଲକର କେଉଁ ପଞ୍ଚାୟତରେ ଦଳକୁ କିଭଳି ରଣନୀତି ଆପଣାଇବାକୁ ପଡିବ େସ ନେଇ ଦଳୀୟ େନତାମାନଙ୍କ କାନରେ ମନ୍ତ୍ର ଫୁଙ୍କି ଜଣାଇ ଦେଇଛନ୍ତି େଯ ସେ ନିଜେ ମଧ୍ୟ େଶଷ ପର୍ଯ୍ୟାୟରେ ପ୍ରଚାରରେ ସାମିଲ େହାଇପାରନ୍ତି। ଏଥିସହିତ କେନ୍ଦ୍ରାପଡା ଜିଲ୍ଲାର ବିକାଶ ପାଇଁ େକଉଁ େକଉଁ ପ୍ରକଳ୍ପ ହାତକୁ ନିଆଯିବା ଦରକାର େସ ସଂପର୍କରେ ମଧ୍ୟ େନତାମାନଙ୍କ ସହିତ ଆେଲାଚନା େହାଇଥିବା ସୂଚନା ମିଳିଛି।

ଏପଟେ େଭାଟ ଗ୍ରହଣ ତାରିଖ ପାଖେଇ ଆସୁଥିବା ବେଳେ ନବୀନଙ୍କ ଆଜିର ତନାଘନା ପାଟକୁରାରେ ଡେରା ପକାଇଥିବା ଛାମୁଆ େନତାଙ୍କୁ ସତର୍କ କରାଇ ଦେଇଛି। ହେଲେ ବିଜେପି କିନ୍ତୁ ନଛୋଡ ବନ୍ଧା। ଆଜି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ପୁଣି ଏକ ତେରଚ୍ଛା ବାଣ ମାରି ବିେଜଡି ଶିବିରରେ ଆେଲାଡନ ସୃଷ୍ଟି କରିଛନ୍ତି। ବିଜୟ କହିଛନ୍ତି, ପ୍ରଚାରରେ ସାମିଲ େହାଇଥିବା େନତାମାନେ ପେଟ ଭିତରେ ଚାହୁଁଛନ୍ତି େଯ ବିଜୟ ମହାପାତ୍ର ହିଁ ଜିତନ୍ତୁ। ଏଥିସହିତ ପାଟକୁରା ନିର୍ବାଚନ ରାଜନୀତି ଧୀରେ ଧୀରେ େରାଚକ ମୋଡ େନବାରେ ଲାଗିଛି।

ଆଜି ନବୀନ ନିବାସକୁ ଦଳର କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି କିଶୋର ତରାଇ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ସୁଶାନ୍ତ ସିଂ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରଵାଲଙ୍କ ପୁଅ ସଞ୍ଜୟ ଅଗ୍ରଵାଲ ପ୍ରମୁଖଙ୍କୁ ଡକାଯାଇଥିଲା। ବର୍ତମାନ ନିର୍ବାଚନମଣ୍ଡଳୀର ଚିତ୍ର ସଂପର୍କରେ ବିଶଦ ତଥ୍ୟ ମାଗିଥିଲେ ମୁଖ୍ୟମନ୍ତ୍ରୀ। େନତାମାନେ ଟିକିନିଖି ସୂଚନା ଦେଇଥିଲେ। ବିଜେଡି ନିଶ୍ଚିତ ଜିତୁଛି େବାଲି େନତାମାନେ ମୁଖିଆଙ୍କୁ ଅବଗତ କରାଇଥିଲେ। ପାଖାପାଖି ଅଧଘଣ୍ଟାଏ ଧରି ବୈଠକ ଚାଲିଥିଲା।

ବୈଠକ ପରେ ଶ୍ରୀ ତରାଇ କହିଥିଲେ, ବିେଜଡି ପାଟକୁରା ଦଖଲ କରିବା ନିଶ୍ଚିତ। ପାଖାପାଖି ୪୦ ହଜାର େଭାଟ ବ୍ୟବଧାନରେ ଜିତିବାର ଲକ୍ଷ୍ୟ ରଖାଯାଇଛି। ବିଜୟ ମହାପାତ୍ରଙ୍କ ପ୍ରାର୍ଥିତ୍ବ କୌଣସି ପ୍ରଭାବ ପକାଇବ ନାହିଁ। େଲାକେ ଚାହୁଁଛନ୍ତି େଯ ଏହି ଆସନରୁ ବିଜେଡି ଜିତୁ। ଶ୍ରୀ ଅଗ୍ରଵାଲ ମଧ୍ୟ ବିେଜଡି ଜିତିବା ସଂପର୍କରେ ଦୃଢୋକ୍ତି ପ୍ରକାଶ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ପାଖାପାଖି ୩୦ରୁ ଅଧିକ ମନ୍ତ୍ରୀ, ସାଂସଦ, ବିଧାୟକ ଏବେ ପାଟକୁରାରେ ତାଙ୍କ ଟିମ୍ ସହିତ ଡେରା ପକାଇଛନ୍ତି। ମନ୍ତ୍ରୀ ଅରୁଣ ସାହୁ, ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ଅତନୁ ସବ୍ୟସାଚୀ ନାୟକ ପ୍ରମୁଖ ନିର୍ବାଚନମଣ୍ଡଳୀ ଦାୟିତ୍ବରେ ଅଛନ୍ତି। ଏମାନଙ୍କ ବ୍ୟତୀତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ, ପ୍ରତାପ ଦେବ ପ୍ରମୁଖ େସଠାରେ କ୍ୟାମ୍ପ କରି ଘର ସଜଡା କାର୍ଯ୍ୟ ଜାରି ରଖିଛନ୍ତି। ବଡ ବା ଗୁରୁତ୍ବପୂର୍ଣ୍ଣ ପଞ୍ଚାୟତ ଦାୟିତ୍ବ ଦୁଇ ଦୁଇ ଜଣ ଟାଣୁଆ େନତାଙ୍କ ମଧ୍ୟରେ ବଣ୍ଟାଯାଇଛି। ବିଜେଡିର ରଣକୌଶଳ େନଇ ଆଜି ବିଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ବିଜେଡିର ୯୦ ଭାଗ ନେତା ଅସନ୍ତୁଷ୍ଟ ଅଛନ୍ତି। ଏଠାକୁ ଯେଉଁମାନେ ପ୍ରଚାର ପାଇଁ ଆସୁଛନ୍ତି ସେମାନେ ଅସନ୍ତୁଷ୍ଟ ହୋଇ ଆସୁଛନ୍ତି। ସେମାନଙ୍କ ପେଟ ଭିତରର ଇଚ୍ଛା ବିଜୟ ଭାଇ ଜିତନ୍ତୁ। ହେଲେ ଉପରୁ ନିର୍ଦ୍ଦେଶ ଅନ୍ୟ କଥା ରହିଛି। ନିର୍ଦେଶ ଯାହା ଥାଉ, ଯିଏ ଦେଉନା କାହିଁକି ଅଧର୍ମ, ଅନୀତିର କେଉଁଠି ବିଜୟ ହୋଇନି। ସବୁଠି ଧର୍ମର ଜୟ ହୋଇଛି। ସଠିକ ନିଷ୍ପତ୍ତି ନେଇ ପାଟକୁରାବାସୀ ନୂଆ ଇତିହାସ ସୃଷ୍ଟି କରିବେ ବୋଲି ବିଜୟ ଦୃେଢାକ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର