ଭୁବନେଶ୍ୱର: ଜୁଲାଇ ୨୦ ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପାଟକୁରା ବିଧାନସଭା ଆସନ ଲାଗି ଭୋଟ୍ ଗ୍ରହଣ କରାଯିବ।
ଜୁଲାଇ ୨୪ ତାରିଖ ଦିନ ଭୋଟ୍ ଗଣତି ହେବ।
ପାଟକୁରା ବିଧାନସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ଵାଲ୍ଙ୍କ ପରଲୋକ ଯୋଗୁଁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଥିଲା। ପରେ ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ ନିର୍ବାଚନ ସମୟ ଘୁଞ୍ଚିଥିଲା।
ସମ୍ପ୍ରତି ପାଟକୁରା ବିଧାନସଭାରୁ ନିର୍ବାଚନ ମଣ୍ଡଳୀରୁ ବିଜେଡି ପକ୍ଷରୁ ସ୍ୱର୍ଗତ ବେଦପ୍ରକାଶଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲ୍ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ସହ ବିଜେପିରୁ ବିଜୟ ମହାପାତ୍ର ଓ କଂଗ୍ରେସ ପାର୍ଟିରୁ ଜୟନ୍ତ ମହାନ୍ତି ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/Patkura-Election-on-20th-July_Thumbnail.jpg)