ଭୁବନେଶ୍ବର: ଆଜି ନବୀନ ନିବାସରେ ପାଟକୁରା ମନ୍ଥନ ହୋଇଛି। । ପାଟକୁରା ବିଜୟ ପରେ ବିଜେଡି ସୁପ୍ରିମୋଙ୍କୁ ଭେଟିବାକୁ ପାଟକୁରା ଦାୟିତ୍ୱରେ ଥିବା ନେତାମାନେ ନବୀନ ନିବାସରେ ପହଞ୍ଚିଥିଲେ । ପାଟକୁରା ଫଳାଫଳ ନେଇ ସୁପ୍ରିମୋ ନବୀନଙ୍କ ସହ ଆଲୋଚନା କଲେ ବରିଷ୍ଠ ନେତା । ତା ସହ ଭୋଟ ବ୍ୟବଧାନ କମିବା ନେଇ ମଧ୍ୟ ସୁପ୍ରିମୋଙ୍କୁ ଜଣାଇଲେ ନେତା । ପାଟକୁରା ନିର୍ବାଚନ ଦାୟିତ୍ୱରେ ଥିବା ନେତା ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀ ମିଶ୍ର, ଅରୁଣ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ପାଣିଗ୍ରାହୀ, ଏବଂ ପ୍ରତାପ ଦେବ ସୁପ୍ରିମୋଙ୍କ ସହ ଆଲୋଚନା କରିଛନ୍ତି ।
ପାଟକୁରା ନିର୍ବାଚନର ଭାର ଏହିସବୁ ନେତାଙ୍କ କାନ୍ଧରେ ରହିଥିବାରୁ ସେମାନଙ୍କୁ ଡାକି ଭୋଟ କମିବାର କାରଣ ପଚାରିଛନ୍ତି ନବୀନ । ନବୀନ ଦେଇଥିବା ପାଟକୁରା ଭାରରେ ନେତାମାନେ ପାସ ହୋଇଥିଲେ ବି କଣ ପାଇଁ ମାର୍କ କମିଲା ସେ ନେଇ ଆଲୋଚନା କରିଛନ୍ତି ।
ତେବେ ସୁପ୍ରିମୋଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରତାପ ଦେବ । ସାଙ୍ଗଠନିକ ସ୍ଥିତି ନେଇ ନବୀନଙ୍କ ସହ ଆଲୋଚନା ହେଲା । କେଉଁ ପଞ୍ଚାୟତରେ କେତେ ଭୋଟ କମିଲା ଆଲୋଚନା ହେଲା । ପାଟକୁରା ଦାୟିତ୍ୱ ନିଜେ ମୁଖ୍ୟମନ୍ତ୍ରୀ ନେବେ ବୋଲି କହିଥିଲେ । ତେଣୁ ସ୍ଥିତି ସମ୍ପର୍କରେ ପଚାରି ବୁଝିଲେ ବୋଲି ପ୍ରତାପ ଦେବ କହିଛନ୍ତି ।ସେପଟେ ଆଜି ଅପରାହ୍ନରେ ପାଟକୁରା ବିଧାନସଭାର ବିଜୟୀ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ଜଣାଯାଇଛି ।