ପାଟଣାଗଡ଼ ତମିଆ-ମୁଦଲସର ସୁକତେଲ ସେତୁ ଭୁଶୁଡ଼ିବା ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ପାଟଣାଗଡ଼/ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ତମିଆ-ମୁଦଲସର ସୁକତେଲ ସେତୁ ଭୁଶୁଡ଼ିବା ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଜାମିନ ମିଳିଥିବା ଜଣାଯାଇଛି। ପାଟଣାଗଡ଼ ଏସଡିଜେଏମଙ୍କ କୋର୍ଟରେ ରାମକୁମାର ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡର ମାଲିକ ରାମକୁମାର ଅଗ୍ରୱାଲ ଓ ତାଙ୍କ ପୁଅ ତଥା କଂପାନିର ନିର୍ଦେଶକ ସଞ୍ଜୟ ଅଗ୍ରୱାଲ, କୋର୍ଟରେ ଆତ୍ମସମର୍ପଣ କରିବା ପରେ ଉଭୟଙ୍କୁ ଜାମିନ ପ୍ରଦାନ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ ଏଦୁହେଁ ସୁକତେଲ ସେତୁ ଭୁଶୁଡ଼ିବା ପରଠାରୁ ଫେରାର୍ ଥିଲେ।
ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୨୯ ତାରିଖ ଏହି ସେତୁ ଭୁଶୁଡ଼ିଯାଇ ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଗତ ମାର୍ଚ୍ଚ ମାସରୁ ସେତୁର ନିମ୍ନମାନର କାମ ନେଇ ଖବର ପ୍ରକାଶ କରିଆସୁଥିଲା ‘ସମ୍ବାଦ। ଠିକା ସଂସ୍ଥା ଓ ସରକାରୀ ଯନ୍ତ୍ରୀ- ଅଧିକାରୀଙ୍କ ମଧୁଚନ୍ଦ୍ରିକା ନେଇ ଖବର ପ୍ରକାଶିତ ହୋଇଆସୁଥିଲା। କିପରି ବାରବାର ଠିକାଦାରଙ୍କଠାରୁ ଅନୁକମ୍ପା ନେଇଥିଲେ ବିଭାଗୀୟ ବାବୁ ତଥ୍ୟ ପ୍ରମାଣ ସହ ଖବର ପ୍ରକାଶିତ ହୋଇଥିଲା। ଏହାପରେ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର। ଏହାପରେ ସଂପୃକ୍ତ ଠିକା ସଂସ୍ଥା ରାମକୁମାର ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡକୁ କଳାତାଲିକାଭୁକ୍ତ କରିଥିଲେ।

ଏହି ମାମଲାରେ ପାଟଣାଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନଙ୍କୁ ସସପେଣ୍ଡ କରାଯାଇଥିଲା। ତାଙ୍କ ସ୍ଥାନରେ ବଲାଙ୍ଗୀର ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା।

ସଞ୍ଜୟ ଅଗ୍ରଓ୍ବାଲ

ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୯ ତାରିଖରେ କାମ ଚାଲୁଥିବା ସମୟରେ ପାଟଣାଗଡ଼ ତମିଆ-ମୁଦଲସର ପୋଲ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ଏହାପରେ ପୁଲିସ ସ୍କାନରକୁ ଆସିଥିଲେ ରାମକୁମାର ଅଗ୍ରୱାଲ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡର ଠିକାଦାର ସଞ୍ଜୟ ଅଗ୍ରୱାଲ। ଖୋଦ୍‌ ଉତ୍ତରାଞ୍ଚଳ ଡିଆଇଜି ଘଟଣା ଦିନ ହିଁ ଠିକାଦାରଙ୍କୁ ଗିରଫ କରିବାକୁ ନିର୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର