ବଲାଙ୍ଗୀର: ସର୍ବସମ୍ମୁଖରେ ଯନ୍ତ୍ରୀଙ୍କୁ ଉଠବସ୍ କରାଇଥିବା ମାମଲାରେ ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି । ଏହାପରେ ପାଟଣାଗଡ଼ ଏଡିଜେ କୋର୍ଟରେ ସରୋଜ ମେହେରଙ୍କୁ ପୁଲିସ ହାଜର କରିଛି। ସୋମବାର ସକାଳେ ପୁଲିସ ବିଧାୟକଙ୍କୁ ନୂଆପଡ଼ାରୁ ଆଣି ଅଟକ ରଖି ପଚରାଉଚରା କରିବା ଖବର ଆସିଥିଲା। ଏହାପରେ ବିଧାୟକଙ୍କୁ ପାଟଣାଗଡ଼ ଥାନାକୁ ଅଣାଯାଇଥିଲା ଓ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହାପରେ ବିଧାୟକ ମେହେରଙ୍କୁ ପାଟଣାଗଡ଼ ଏଡିଜେ ଅଦାଲତରେ ହାଜର କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଏଠାରେ ସୂଚନାଯୋଗ୍ୟ ଯେ ଏକଥା ମଧ୍ୟ ଚର୍ଚ୍ଚା ହେଉଥିଲା ଯେ ବିଧାୟକ ଆତ୍ମସମର୍ପଣ କରିଛନ୍ତି। ଏ ସଂପର୍କରେ ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନଥିଲା। ଆଜି ସକାଳୁ ବଲାଙ୍ଗୀର ପୁଲିସ ତାଙ୍କୁ ନୂଆପଡ଼ାଠାରୁ ଆଣି ଏକ ଅଜଣା ସ୍ଥାନରେ ଜେରା କରୁଥିବା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା।
ଜୁନ୍ ୫ ତାରିଖରେ ନିମ୍ନମାନର ରାସ୍ତା କାମ କରିଥିବା ଅଭିଯୋଗରେ ସର୍ବସମ୍ମୁଖରେ ଜେଇଙ୍କୁ ଉଠବସ୍ କରାଇଥିଲେ ପାଟଣାଗଡ଼ ବିଧାୟକ । ଉଠବସ୍ ଘଟଣା ପରେ ପୁଲିସ ବିଧାୟକଙ୍କୁ ଅଟକ ରଖି ପଚରାଉଚରା କରୁଛି । ମଂଡନରୁ ବେଲପଡାକୁ ନିର୍ମାଣ ହୋଇଥିବା ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ଦେଖିବା ପରେ ତାତି ଉଠିଥିଲେ ବିଧାୟକ । କୋଦାଳରେ ଖୋଳିବା ପରେ ରାସ୍ତାରୁ ପିଚୁ ଉଠିଯାଉଥିଲା । ଏପରି ରାସ୍ତା ନିର୍ମାଣ କାମ ଦେଖିବା ପରେ, ପାଟଣାଗଡ ବିଧାୟକ ସହକାରୀ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠବସ୍ କରାଇଥିଲେ । ଏହାକୁ ନେଇ ଜୁନ୍ ୬ରେ ଜେଇଙ୍କ ପତ୍ନୀ ଥାନାରେ ମାମଲା ରୁଜୁ କରିଥିଲେ ।