ପାଟଣାଗଡ଼: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାର ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ଜାମିନ ଅବଧି ସରିଯିବା ପରେ ତାଙ୍କୁ ମଙ୍ଗଳବାର ପାଟଣାଗଡ଼ ଏଡିଜେ କୋର୍ଟରେ ହାଜର କରାଯାଇଥିଲା। ଏହା ପରେ ତାଙ୍କୁ ପୁଣି ବଲାଙ୍ଗୀର ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଛି। ପୁଞ୍ଜିଲାଲଙ୍କ ମା’ ଇନ୍ଦୁମତୀ ମେହେରଙ୍କ ଗତ ୧୦ ତାରିଖରେ ତାଙ୍କର ପରଲୋକ ହୋଇଥିଲା। ପୁଞ୍ଜିଲାଲ ଜାମିନରେ ଆସି ୧୨ ତାରିଖରେ ପାଟଣାଗଡ଼ ସ୍ବର୍ଗଦ୍ବାରରେ ମାଙ୍କ ଚିତାରେ ମୁଖାଗ୍ନି ଦେଇ ପୁଣି କାରାଗାରକୁ ଫେରି ଯାଇଥିଲେ। ସେ ଏକମାତ୍ର ପୁଅ ହୋଇଥିବାରୁ ଶୁଦ୍ଧିକ୍ରିୟା ପାଇଁ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ତାଙ୍କୁ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ୪ ଦିନ ସର୍ତ୍ତମୂଳକ ଜାମିନ ମିଳିଥିଲା। ଏହି ଅବଧି ସରିବା ପରେ ମଙ୍ଗଳବାର ତାଙ୍କୁ ଏଡିଜେ କୋର୍ଟରେ ହାଜର କରାଯାଇଥିଲା। ଏହା ପରେ ତାଙ୍କୁ ପୁଣି ବଲାଙ୍ଗୀର କାରାଗାରକୁ ପଠାଇ ଦିଆଯାଇଛି।
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ଜାମିନ ଅବଧି ସରିଲା, ଜେଲ୍କୁ ଫେରିଲେ ପୁଞ୍ଜିଲାଲ
/sambad/media/post_attachments/wp-content/uploads/2020/01/foto-1-Punjilala-Meher-Accused-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)