ପାଟଣାଗଡ଼ ପାର୍ସଲ୍‌ ବୋମା ଘଟଣା : ଚାର୍ଜଫ୍ରେମ ହେଲାନି, ପୁଣି ଗଡ଼ିଲା ତାରିଖ

ବଲାଙ୍ଗୀର/ପାଟଣାଗଡ଼ : ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲାକୁ ତିନି ବର୍ଷ ପୂରିଲା ପରେ ପୁଣି ଘଟଣାକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଲାଗି ରହିଛି। ଚାର୍ଜସିଟ ଦାଖଲ ହୋଇଥିଲେ ହେଁ ଚାର୍ଜଫ୍ରେମ ହୋଇପାରିନି। ତାରିଖ ସବୁ ଗଡ଼ି ଗଡ଼ି ଚାଲିଛି।

ସୂଚନା ଅନୁସାରେ, ବୁଧବାର ମଧ୍ୟ ତାରିଖ ରହିଥିଲା। ଦିନସାରା ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଆଜି ଚାର୍ଜଫ୍ରେମ ହେବ ବୋଲି ଆଶା କରାଯାଉଥିଲା। କିନ୍ତୁ ପୁଣି ଥରେ ଆଜିର ତାରିଖ ଗଡ଼ିଯାଇଛି ଓ ଚାର୍ଜଫ୍ରେମ ହୋଇନଥିବା ସରକାରୀ ଓକିଲ ଆଶିଷ ଚନ୍ଦନ ସୂଚନା ଦେଇଛନ୍ତି।

ତାରିଖ ଅନୁସାରେ ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ପାଟଣାଗଡ଼ କୋର୍ଟକୁ ନିଆଯାଇଥିଲା। ପୁଞ୍ଜିଲାଲ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ମଧ୍ୟ କୋର୍ଟକୁ ଯାଇଥିଲେ। ସରକାରୀ ଓକିଲଙ୍କ କହିବାନୁସାରେ, ଅଭିଯୁକ୍ତ ପୁଞ୍ଜିଲାଲର ଓକିଲ ୨୦୨୦ ବର୍ଷରେ ଏକ ପିଟିସନ ଦେଇଥିଲେ। କ୍ରାଇମବ୍ରାଞ୍ଚ ଦାଖଲ କରିଥିବା କିଛି ତଥ୍ୟ କୋର୍ଟଙ୍କଠାରୁ ଲୋଡ଼ିଥିଲେ। ଆଜି ସବୁ ଫାଇଲ ଯାଞ୍ଚ କରିବାକୁ ଆଉ ଏକ ପିଟିସନ ସେ ଦେଇଛନ୍ତି। ଯେଉଁଥିପାଇଁ ଚାର୍ଜଫ୍ରେମ ହୋଇପାରିନଥିବା ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର