ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ, ପୁଞ୍ଜିଲାଲଙ୍କ ଜାମିନ ଶୁଣାଣି ଘୁଞ୍ଚିଲା

କଟକ: ହାଇକୋର୍ଟରେ ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ସୂତ୍ରଧର ଅଧୢାପକ ପୁଞ୍ଜିଲାଲ ମେହେରଙ୍କ ଜାମିନ ଆବେଦନର ଶୁଣାଣି ହୋଇଛି। ଜଷ୍ଟିସ ଜେ. ପି. ଦାସଙ୍କୁ ନେଇ ଗଠିତ ଖଣ୍ତପୀଠ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ କରିଛନ୍ତି। ଆସନ୍ତା ମାସ ୧୭ ତାରିଖରେ ଏହି ମାମଲାର ଶୁଣାଣି ହେବ। ଶୁଣାଣି ସମୟରେ ତଦନ୍ତକାରୀ ଅଧିକାରୀ ତଥା କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସ୍‌ପି ଅନୀଲ କୁମାର ଦାସ ଆଜି ହାଇକୋର୍ଟରେ ଉପସ୍ଥିତ ଥିଲେ। ଗତ ଫେବ୍ରୁଆରି ୨୩ରେ ପାର୍ସଲ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେ ମା’ଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ସୌମ୍ୟଶେଖରଙ୍କ ପତ୍ନୀ ରୀମାଙ୍କୁ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଇଁଷା କଲେଜର ଇ˚ରାଜୀ ଅଧୢାପକ ପୁଞ୍ଜିଲାଲ ମେହେରଙ୍କୁ ଏପ୍ରିଲ ୨୫ରେ କ୍ରଇମବ୍ରାଞ୍ଚ ଗିରଫ କରିଥିଲା। ଏହା ପରେ କ୍ରାଇମ୍‌ବ୍ରାଞ୍ଚ ପୁଞ୍ଜିଲାଲଙ୍କ ବିରୋଧରେ ୩୦୦ ପୃଷ୍ଠାର ଚାର୍ଜସିଟ୍‌ ପାଟଣାଗଡ଼ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଦାଖଲ କରିଥିଲା। ଚାର୍ଜସିଟ୍‌ରେ କ୍ରାଇମ୍‌ବ୍ରାଞ୍ଚ ମୋଟ ୭୨ ଜଣ ସାକ୍ଷୀ ଓ ପ୍ରତ୍ୟେକ୍ଷଦର୍ଶୀଙ୍କ ବୟାନ ଦାଖଲ କରିଛି।

ସମ୍ବନ୍ଧିତ ଖବର