ପତୋରା ଡ୍ୟାମ୍‌ରୁ ୩ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ, ଜୋଙ୍କ ନଦୀର ଜଳସ୍ତର ବୃଦ୍ଧି, ନୂଆପଡ଼ା-ଛତିଶଗଡ଼ ଗାଡ଼ି ଚଳାଚଳ ପ୍ରଭାବିତ

ନୂଆପଡ଼ା/ଭୁବନେଶ୍ୱର: ପତୋରା ଡ୍ୟାମ୍‌ରୁ ମଙ୍ଗଳବାର ୩ଟି ଗେଟ୍‌ ଦେଇ ବନ୍ୟା ଜଳ ନିଷ୍ପାସିତ ହୋଇଛି। ଡ୍ୟାମ୍‌ରୁ ବନ୍ୟା ଜଳ ନିଷ୍କାସନ କରାଯିବା ପରେ ଜୋଙ୍କ ନଦୀର ଜଳସ୍ତର ବୃଦ୍ଧି ପାଇଛି। ଅନେକ ସ୍ଥାନରେ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ନୂଆପଡ଼ାରୁ ଛତିଶଗଡ଼କୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

ପଶ୍ଚିମ ଓଡ଼ିଶାରେ ରବିବାର ରାତି ଠାରୁ ବର୍ଷା ଜାରି ରହିଛି। ବଲାଙ୍ଗୀର ଓ ସୋନପୁର ଜିଲ୍ଲାର କିଛି ସ୍ଥାନରେ ବିଗତ କିଛି ବର୍ଷ ମଧ୍ୟରେ ଏଭଳି ବର୍ଷା ହୋଇ ନଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି। ବର୍ଷା ଯୋଗୁଁ  ସମ୍ବଲପୁର-ଟିଟିଲାଗଡ଼ ରେଳ ସେକ୍ସନରେ ଟ୍ରେନ୍‌ ଚଳାଚଳ ସାମୟିକ ରୂପେ ବାତିଲ କରି ଦିଆଯାଇଛି। ବର୍ଷା ଛାଡ଼ିବା ପରେ ଟ୍ରାକ୍‌ଗୁଡ଼ିକ ଯାଞ୍ଚ ହେବ ଏବଂ ପୁଣି ଥରେ ଟ୍ରେନ୍‌ ସେବା ଆରମ୍ଭ ହେବ।

ବର୍ଷା ଯୋଗୁଁ ମହାନଦୀ, ତେଲ ନଦୀ, ସୁକତେଲ ନଦୀ, ବାଘ ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି। ତେଣୁ ବୁଧବାର ପ୍ରଥମ ବନ୍ୟା ଜଳ ନିଷ୍ପାସନ ହେବ।

ସମ୍ବନ୍ଧିତ ଖବର