ରାଇମୋହନଙ୍କୁ ଝୁରୁଛି ପାତ୍ରପୁର

ପାତ୍ରପୁର : ଏକଦା ଗଞ୍ଜାମ ଜିଲ୍ଲା ପାତ୍ରପୁର ବସ୍‌ଷ୍ଟାଣ୍ଡ ସ୍ଥିତ ଏକ ମେଡ଼ିକାଲ୍ ଷ୍ଟୋର୍‌ ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ପାତ୍ରପୁରବାସୀଙ୍କ ମନ କିଣି ନେଇଥିଲେ ଅଭିନେତା ରାଇମୋହନ ପରିଡ଼ା। ରାଇମୋହନ ପ୍ରାୟତଃ ସିନେମା, ଅପେରାରେ ନଜର ଆସୁଥିବା ବେଳେ ଗତ ମେ ୩ ତାରିଖରେ ଏହି ଉଦ୍‌ଘାଟନୀ ଉତ୍ସବରେ ପହଞ୍ଚିବା ସହ ମଞ୍ଚର ସଭାକାର୍ଯ୍ୟରେ ଯୋଗ ଦେଇ ଡାଏଲଗ୍ ବର୍ଷା କରିବା ସହ ଗୀତ ଗାଇ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ମନ ମୋହିଥିଲେ। ଆଜି ତାଙ୍କର ବିୟୋଗରେ ସାରା ବ୍ଳକ୍‌ରେ ଶୋକର ଛାୟା ଖେଳିଯାଇଛି।

ମେଡିକାଲ୍‌ ଷ୍ଟୋର୍‌ ମାଲିକ ମାରୁତି ଦ୍ୟାନସାମନ୍ତରା, ବରିଷ୍ଠ ସମାଜସେବୀ ରବୀନ୍ଦ୍ର ଦ୍ୟାନସାମନ୍ତରା, ଅପେରା ନିର୍ଦ୍ଦେଶକ ସପନ ପ୍ରଧାନ, କଳାକାର ରୁଦ୍ର ମିଶ୍ର, ଉପସ୍ଥାପକ ତଥା ‘ସମ୍ବାଦ’ ବ୍ଳକ୍‌ ପ୍ରତିନିଧି ନୀଳାଞ୍ଚଳ ପଟ୍ଟନାୟକ, ଶିକ୍ଷକ ତଥା କଳାକାର ରାମଗୋପାଳ ପାଢ଼ୀ, ନିଶାମଣି ପ୍ରଧାନ, ନାଟ୍ୟାକାର ରାଜଗୋପାଳ ପାଢ଼ୀ, ଝସକେତନ ବେହେରା, ଗୌରାଙ୍ଗ ନେପାକ, ଲିମାଇ ବେହେରା, ଗଣେଶ ପଣ୍ଡା, ରବୀନ୍ଦ୍ର ସାହୁ, ରାଜେଶ ରଣା, ଶିବାଜୀ ସେଠୀ, ଭାସ୍କର ତିଆଡ଼ି, ସାମ୍ବାଦିକ ବଦ୍ରୀ ନାରାୟଣ ରଣା, ରାଜଶ ସେଠୀ, ଅଞ୍ଚଳେଶ୍ୱର ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ସମ୍ବନ୍ଧିତ ଖବର