ଅଧିକାରୀ ଭାଙ୍ଗିଲେ ଆଇନ : ଜବତ ଟ୍ରଲରରେ ବନବିଭାଗର ପାଟ୍ରୋଲିଂ!

ରାଜନଗର : ଜବତ କରିଥିବା ଟ୍ରଲରକୁ ବ୍ୟବହାର କରି ସମୁଦ୍ରରେ ପାଟ୍ରୋଲିଂ କରୁଛି ବନବିଭାଗ। ବନବିଭାଗର ଅଧିକାରୀମାନେ ଗତକାଲି ରାତିରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅ˚ଚଳରେ ଏହି ଜବତ ହୋଇଥିବା ଟ୍ରଲରରେ ପାଟ୍ରୋଲି˚ କରି ବେଆଇନ ଭାବେ ମାଛ ମାରୁଥିବା ଗୋଟିଏ ଟ୍ରଲରକୁ ଧରିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଜବତ ହୋଇ ରହିଥିବା ଟ୍ରଲରରେ ବିଭାଗ ପାଟ୍ରୋଲିଂ କରିବା କେଉଁ ନିୟମ ଅନ୍ତର୍ଭୁକ୍ତ ବୋଲି ଏବେ ପ୍ରଶ୍ନ ଉଠୁଛି।

ସୂଚନା ଅନୁଯାୟୀ ଗତକାଲି ରାତିରେ ଗହୀରମଥା ରେ˚ଜ ଅଫିସର ଦେବାଶିଷ ଭୋଇ, ଫରେଷ୍ଟର ପ୍ରଫୁଲ୍ଲ ମାଝିଙ୍କ ସମେତ ବନକର୍ମଚାରୀମାନେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟକୁ ପାଟ୍ରୋଲି˚ରେ ଯାଇଥିଲେ। ସେମାନଙ୍କ ପାଖରେ ଥିବା ସ୍ପିଡ ବୋଟ ‘ଗହୀରମଥା-୧ ସମ୍ପୂର୍ଣ୍ଣ ଅଚଳ ହୋଇପଡିଥିବା ବେଳେ ‘ଗହୀରମଥା-୨ ସ୍ପିଡ ବୋଟ ମରାମତି ପରେ ବି ଦୌଡି ପାରୁନି। ମରାମତି ପରେ ୨ଦିନ ତଳେ ପ୍ରଥମ ପାଟ୍ରୋଲି˚ରେ ବାହାରିଥିଲା। ପାଟ୍ରୋଲି˚ ସମୟରେ ସେହି ବୋଟରେ ଏସିଏଫ ବିର˚ଚି ସାମଲ ସାମିଲ ଥିଲେ। ‘ଗହୀରମଥା-୨ ଗଡିବା ଆରମ୍ଭ କରିବା ପରେ ପ୍ରବଳ ଧୂଆଁ ବାହାରିଥିଲା ଓ ଇ˚ଜିନ ବୋଟ ଗଡୁ ଗଡୁ ଗରମ ହୋଇଯାଇଥିଲା। ଅଘଟଣ ଆଶଙ୍କାରେ ବୋଟଟିକୁ ଆଣି କୂଳରେ ରଖାଯାଇଛି। ମରାମତି ପରେ ସ୍ପିଡ ବୋଟ ‘ଗହୀରମଥା-୨ ପାଟ୍ରୋଲି˚ରେ ସାମିଲ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ବନବିଭାଗ ପାଖରେ ପାଟ୍ରୋଲି˚ ପାଇଁ ଟ୍ରଲର କିମ୍ବା ସ୍ପିଡ ବୋଟ ନ ଥିବାରୁ ଗତକାଲି ପୂର୍ବରୁ ଜବତ ହୋଇ ବନବିଭାଗ ହେପାଜତରେ ଥିବା ‘ମହାମାୟା ଟ୍ରଲରକୁ ବନବିଭାଗ ନିଜ ପାଟ୍ରୋଲି˚ରେ ସାମିଲ କରିଥିଲା। ଏହି ଜବତ ଟ୍ରଲରରେ ବନବିଭାଗର ରେ˚ଜ ଅଫିସର ଓ କର୍ମଚାରୀମାନେ ଗଭୀର ସମୁଦ୍ରକୁ ପାଟ୍ରୋଲି˚ରେ ଯାଇଥିଲେ। ପାଟ୍ରୋଲି˚ ସମୟରେ ମାଦଳୀ ମାଉଥ ନିକଟରେ ପାରାଦୀପ ଅ˚ଚଳର ‘ପାର୍ବତୀ ନାମକ ଟ୍ରଲରକୁ କାବୁ କରିଥିଲେ। ଟ୍ରଲରକୁ ଜବତ କରିବା ସହ ଟ୍ରଲରରେ ଥିବା ୭ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ସେଥିରୁ ୧ କୁଇ˚ଟାଲ ମାଛ ଜବତ କରାଯାଇଛି। କିନ୍ତୁ ଗଭୀର ସମୁଦ୍ରରେ ଦୀର୍ଘ ୭ ଘଣ୍ଟା କାଳ ଜବତ ଟ୍ରଲରକୁ ବ୍ୟବହାର କରି ବନବିଭାଗ ଅଧିକାରୀ ପାଟ୍ରୋଲି˚ କରିଥିଲେ। ସମୁଦ୍ର ମଧୢରେ କଣ ହେଉଛି, କେହି ଜାଣିବାର ଅବକାଶ ନ ଥିବାରୁ ବନବିଭାଗ ଏଭଳି ବେଆଇନ କାମ କରିଥିବା ଜଣାପଡିଛି।

ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା ଟ୍ରଲର ଜବତ ହେବାପରେ ଏହାର ଦସ୍ତାବିଜ କୋର୍ଟରେ ଦାଖଲ ହୋଇଥାଏ। କୋର୍ଟଙ୍କ ଅନୁମତି ପରେ ଟ୍ରଲରକୁ ରିଲିଜ କରାଯାଇଥାଏ। କୋର୍ଟରୁ ଆଦେଶ ନ ଆସିବା ଯାଏ ଟ୍ରଲରକୁ ବ୍ୟବହାର କରିବା ଉପରେ ଅଙ୍କୁଶ ରହିଛି। ଗହୀରମଥା ରେ˚ଜ ଅଫିସର କେଉଁ କ୍ଷମତା ବଳରେ ଜବତ ହୋଇଥିବା ଟ୍ରଲର ‘ମହାମାୟାକୁ ନେଇ ପାଟ୍ରୋଲି˚ରେ ଗଲେ, ତାଙ୍କୁ ଏହି ବେଆଇନ କାମ ପାଇଁ କେଉଁ ଅଧିକାରୀ ଅନୁମତି ଦେଇଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପାଟ୍ରୋଲି˚ରେ ଯାଇଥିବା ଫରେଷ୍ଟର ପ୍ରଫୁଲ୍ଲ ମାଝି କହିଛନ୍ତି, ‘ଗହୀରମଥା-୨ ସ୍ପିଡ ବୋଟରେ ପାଟ୍ରୋଲି˚ରେ ଯାଇ ଟ୍ରଲର ଜବତ କରାଯାଇଛି। ଏପଟେ ଏସିଏଫ ବିର˚ଚି ସାମଲ , ସ୍ପିଡ ବୋଟରୁ ପ୍ରବଳ ଧୂଆଁ ବାହାରୁଛି ଓ ଇ˚ଜିନ ତାତି ଯାଉଥିବାରୁ ଅଘଟଣ ଆଶଙ୍କାରେ ତାକୁ ରଖି ଦିଆଯାଇଛି, ସଜଡା ଯିବା ପରେ ସ୍ପିଡ ବୋଟ ଚାଲିବ ବୋଲି କହିଛନ୍ତି। ଗହୀରମଥା ସ୍ପିଡ ବୋଟ ଯେଉଁ ସ୍ଥିତିରେ ଅଛି ତାହା ସମୁଦ୍ରରେ ଗଡିବା ସମ୍ଭବ ନୁହେଁ ବୋଲି ଏସିଏଫ ଶ୍ରୀ ସାମଲ କହିଛନ୍ତି।

ପଦସ୍ଥ ଅଧିକାରୀ ସ୍ପିଡ ବୋଟ ଅଚଳ ଥିବା କହୁଥିବା ବେଳେ ଫରେଷ୍ଟର କିପରି ଅଚଳ ସ୍ପିଡ ବୋଟକୁ ନେଇ ପାଟ୍ରୋଲି˚ରେ ଗଲେ ଓ ଗଭୀର ସମୁଦ୍ରରୁ ଟ୍ରଲର ଜବତ କଲେ ସେ ନେଇ ପ୍ରଶ୍ନ ଉଠିଛି। ଏହାର ତଦନ୍ତ କରାଯାଇ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର