ରାୟଗଡ଼ା : ରାୟଗଡ଼ା ଥାନା ପରିସରରୁ ଚୋରି ହୋଇଗଲା ପୁଲିସର ପାଟ୍ରୋଲିଂ ଗାଡ଼ି। ପୁଲିସ ଖୋଜାଖୋଜି ଆରମ୍ଭ କରିବା ବେଳକୁ ଗାଡ଼ି ସହ ଚତୁର ଚୋର ଓଡ଼ିଶା ସୀମା ଡେଇଁ ସାରିଥିଲା। ଶେଷରେ ଆନ୍ଧ୍ର ପୁଲିସ ଚୋରକୁ ଧରିବା ସହ ଗାଡ଼ିକୁ ଉଦ୍ଧାର କରିଛି। ଅଭିଯୋଗକାରୀ ବେଶରେ ଥାନାକୁ ଆସିଥିବା ଚୋର ପୁଲିସକୁ ଚକମା ଦେଇ ପାଟ୍ରୋଲିଂ ଗାଡ଼ି ଚୋରି କରିବା ଘଟଣା କୌତୂହଳ ସହ ବିସ୍ମୟ ସୃଷ୍ଟି କରିଛି। ଆନ୍ଧ୍ର ପୁଲିସ ସୂଚନା ଦେବାପରେ ରାୟଗଡ଼ା ପୁଲିସର ଗୋଟିଏ ସ୍ବତନ୍ତ୍ର ଟିମ୍ ପାଟ୍ରୋଲିଂ ଗାଡ଼ି ଏବଂ ଚୋରକୁ ଆଣିବା ପାଇଁ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଇଛନ୍ତି। ଅନ୍ୟପଟେ ଥାନା ପରିସରରୁ ଚୋରି ଘଟଣାକୁ ଜିଲ୍ଲା ପୁଲିସ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଛି।
ରାୟଗଡ଼ା ଥାନା ପରିସରରୁ ପାଟ୍ରୋଲିଂରେ ନିୟୋଜିତ ବୋଲେରୋ ଗାଡ଼ି ଆଜି ମଧ୍ୟାହ୍ନରେ ଚୋରି ହୋଇଯାଇଥିଲା। କିନ୍ତୁ ବହୁ ବିଳମ୍ବରେ ଏହି ବିଷୟରେ ପୁଲିସ ଜାଣିବାକୁ ପାଇଥିଲା। ବହୁ ଖୋଜାଖୋଜି କରିବା ସତ୍ତ୍ବେ ଆଖପାଖ ଅଞ୍ଚଳରେ ଗାଡ଼ି ମିଳିନଥିଲା। ତେଣୁ ନିକଟସ୍ଥ ସମସ୍ତ ଥାନା ସମେତ ଆନ୍ଧ୍ରପ୍ରଦେଶ ପୁଲିସକୁ ଏହି ସୂଚନା ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/rayagada.jpg)