ପୁରୀ: ପବିତ୍ର ପୌଷ ପୂର୍ଣିମା ତିଥିରେ ମହାପ୍ରଭୁଙ୍କର ପୁଷ୍ୟାଭିଷେକ ନୀତି ସମ୍ପନ୍ନ ହୋଇଛି। ରତ୍ନସିଂହାସନରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛିା ଦୀର୍ଘ ସମୟ ଧରି ଭକ୍ତଙ୍କୁ ଏହି ସୁନା ବେଶ ବା ରାଜରାଜେଶ୍ୱର ବେଶରେ ମହାପ୍ରଭୁ ଦର୍ଶନ ଦେଇଛନ୍ତି। ଏହି ପର୍ବ ପାଳନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ପରମ୍ପରା ମୁତାବକ ଏହି ତିଥିରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ରାଜ୍ୟାଭିଷେକ ହୋଇଛି। ଏହି ରାଜ୍ୟାଭିଷେକ ଉତ୍ସବ ସ୍ମୃତିରେ ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଆସୁଛି। ସକାଳ ଧୂପ ପରେ ମହାପ୍ରଭୁଙ୍କ ଏହି ନୀତି ଆରମ୍ଭ ହୋଇଥିଲା। ନୀତି ଶେଷ ହେବା ପରେ ମହାପ୍ରଭୁଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ବର୍ଷରେ ଚାରିଥର ମହାପ୍ରଭୁ ରତ୍ନସିଂହାସନରେ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ଆଜିର ଏହି ବେଶ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା।
ସୁନାବେଶରେ ଦର୍ଶନ ଦେଲେ ମହାବାହୁ
ଶ୍ରୀମନ୍ଦିରରେ ପୁଷ୍ୟାଭିଷେକ
/sambad/media/post_attachments/wp-content/uploads/2018/01/sunabhess.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)