ପେକ୍ସ ପାଖରେ ଟୋକନ୍‌ ତାଲିକା ନାହିଁ, ସମସ୍ୟା ଭୋଗିବେ ଚାଷୀ

କର୍ଲାମୁଣ୍ଡା: କର୍ଲାମୁଣ୍ଡା, ରିଷିଡ଼ା ଓ ଯୋରାଡ଼ବରାରେ ପ୍ରାଥମିକ କୃଷି ସମବାୟ ସମିତି (ପେକ୍ସ) ପକ୍ଷରୁ ଖରିଫ ଧାନମଣ୍ଡି ଉଦ୍‌ଘାଟିତ ହୋଇଛି। କିନ୍ତୁ ଚଳିତ ବର୍ଷ ଧାନ ବିକ୍ରି ପାଇଁ ଭିନ୍ନ ପ୍ରକାର ନିୟମ ହେଇଛି। ପୂର୍ବରୁ ମଣ୍ଡିଗୁଡିକରେ ପେକ୍ସ ହେଉ କିମ୍ବା ଧାନ କିଣୁଥିବା ଏସ୍‌ଏଚ୍‌ଜିର ମଣ୍ଡି ହେଉ ସେଠାରେ ଟୋକନ୍‌ ତାଲିକା ଉପଲବ୍ଧ ହେଉଥିଲା। ଏଥର କିନ୍ତୁ ସେହି ପେକ୍ସ ଏସ୍‌ଏଚ୍‌ଜି କାର୍ଯ୍ୟାଳୟର କମ୍ପ୍ୟୁଟର ସିଷ୍ଟମରେ ପୂର୍ବରୁ ଟୋକନ୍‌ ତାଲିକା ଉପଲବ୍ଧ ହେଉନାହିଁ।

ଚାଷୀ ନିଜ ମୋବାଇଲକୁ ଆସିଥିବା ମେସେଜ୍‌ ଅନୁଯାୟୀ ସେହିଦିନ ମଣ୍ଡିକୁ ଧାନ ଆଣିବ ଏବଂ କ୍ରୟ ସଂସ୍ଥାଠାରୁ ନିଜ ନାମ ଯାଞ୍ଚ କରିନେବ। ସେଠାରେ ଚାଷୀର ନାମ ଓ ବିକ୍ରି ପରିମାଣ ମିଳାଯିବ। ସବୁ କିଛି ଠିକ୍‌ଠାକ୍‌ ଥିଲେ ଯାଇ ଧାନ ଏଣ୍ଟ୍ରି ହେବ ଓ ତାକୁ ଟୋକନ୍‌ ମିଳିବ। ଏଭଳି ବ୍ୟବସ୍ଥାକୁ ନେଇ ନାନା ଅସନ୍ତୋଷ ସୃଷ୍ଟି ହୋଇଛି। ବହୁଚାଷୀଙ୍କ ପାଖକୁ ଏପର୍ଯ୍ୟନ୍ତ ମେସେଜ୍‌ ଆସିନାହିଁ। କିଛି ଚାଷୀ ଯେଉଁ ତାରିଖରେ ବିକ୍ରି ପାଇଁ ଆବେଦନ କରିଥିଲେ, ତା’ଠାରୁ ବହୁ ପଛ ତାରିଖରେ ଧାନ ବିକ୍ରି ପାଇଁ ମେସେଜ୍‌ ଆସିଥିବା ଅଭିଯୋଗ ହେଉଛି। ଏହିପରି ବ୍ୟବସ୍ଥା ଯୋଗୁଁ ଏଥର ଧାନ ବିକିବାକୁ ଥିବା ଚାଷୀ ହଇରାଣ ହେବେ ବୋଲି ଅଭିଯୋଗ କରିଛନ୍ତି।

ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଦାବି ହେଉଛି। ପୂର୍ବପରି ନିର୍ଦ୍ଧାରିତ ଦିନ ଆଗରୁ ଟୋକନ୍‌ ଉପଲବ୍ଧ କରିବାର ବ୍ୟବସ୍ଥା କଲେ ଚାଷୀ ମଣ୍ଡିକୁ ଧାନ ନେବାରେ ସୁବିଧା ହେବ ବୋଲି କର୍ଲାମୁଣ୍ଡା ବ୍ଲକ୍‌ କୃଷକ କଲ୍ୟାଣ ମଞ୍ଚର ସହ ସଂପାଦକ ମଧୁସୂଦନ ବାଗ, ଦିଲୀପ ମିଶ୍ର, ନଥୁରାମ ରଣା ପ୍ରମୁଖ ଦାବି କରିଛନ୍ତି। ସୂଚନାଥାଉକି ରିଷିଡ଼ା ପେକ୍ସ ମଣ୍ଡିରେ ଧାନ କିଣିବା ପାଇଁ ସମଲେଶ୍ୱରୀ ଫୁଡ୍‌ ପ୍ରଡକ୍ଟକୁ ୬୮୦୦ କ୍ବିଣ୍ଟାଲ, ବାଲାଜୀ ଏଗ୍ରୋକୁ ୭୦୦୦ କ୍ବିଣ୍ଟାଲ ଓ ଲକ୍ଷ୍ମୀନାରାୟଣୀକୁ ୫ହଜାର କ୍ବିଣ୍ଟାଲ ଟାର୍ଗେଟ୍‌ ଦିଆଯାଇଛି।

ସେହିପରି କର୍ଲାମୁଣ୍ଡା ପେକ୍ସ ମଣ୍ଡିରୁ ଧାନ କିଣିବା ପାଇଁ ହରିପ୍ରିୟା ମିଲର୍ସକୁ ୧୪ ହଜାର, ବାଲାଜୀ ଏଗ୍ରୋକୁ ୨୦୦୦, ସମଲେଶ୍ୱରୀ ଫୁଡ୍‌ ପ୍ରଡକ୍ଟକୁ ୭ହଜାର ଓ ଲକ୍ଷ୍ମୀନାରାୟଣୀକୁ ୭ହଜାର କ୍ବିଣ୍ଟାଲ ଟାର୍ଗେଟ୍‌ ଦିଆଯାଇଛି। ଯୋରାଡ଼ବରା ପେକ୍ସ ମଣ୍ଡିରୁ ଧାନ ଉଠାଇବା ପାଇଁ ହରିପ୍ରିୟାକୁ ୫ହଜାର, ବାଲାଜୀ ଏଗ୍ରୋକୁ ୩ ହଜାର ଓ ଶ୍ରୀରାମ ଫୁଡ୍‌କୁ ୩ ହଜାର କ୍ବିଣ୍ଟାଲ ଟାର୍ଗେଟ୍‌ ମିଳିଛି। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ କର୍ଲାମୁଣ୍ଡା ଓ ଯୋରାଡ଼ବରା ମଣ୍ଡିରୁ ଧାନ ଧାନ ଉଠାଣ ହେଉଥିବା ବେଳେ ରିଷିଡ଼ା ମଣ୍ଡିରୁ ଧାନ ଉଠିନାହିଁ।

ସମ୍ବନ୍ଧିତ ଖବର