ବରଗଡ଼: ଚାଷୀଙ୍କଠାରୁ ୩୧ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଲଖନପୁର ପ୍ୟାକ୍ସ ସଂପାଦକ ଧ୍ରୁବଚରଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ, କ୍ୟାସ୍ ବୁକରେ ସଂପାଦକ ଶ୍ରୀ ସାହୁ ପ୍ରଥମେ ହେରଫେର କରିଥିଲେ। ଏହା ପରେ ଚାଷୀମାନେ ଯାହା ଋଣ ନେଇଥିଲେ, ତାହାର ପରିଶୋଧ ଟଙ୍କା ସେ ନିଜ ଆକାଉଣ୍ଟରେ ଜମା କରୁଥିଲେ। ଅଡିଟ୍ରେ ଏହା ଧରାପଡ଼ିବା ପରେ ଭିଜିଲାନ୍ସ ବିଭାଗ ଏ ନେଇ ତନାଘନା ଚଳାଇଥିଲା। ଆଜି ବରଗଡ଼ ଭିଜିଲାନ୍ସ ଇନ୍ସପେକ୍ଟର ତୁଷାରକାନ୍ତ ମହାପାତ୍ର, ସୁଷମା ତିର୍କୀ, ସୁଷମା ପଶାୟତଙ୍କ ସମେତ ଅନ୍ୟ କର୍ମଚାରୀ ଶ୍ରୀ ସାହୁଙ୍କୁ ଗିରଫ କରିଥିଲେ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ଏ ନେଇ ଭିଜିଲାନ୍ସ କେସ୍ ନଂ ୨/୨୫, ପ୍ରିଭେନ୍ସନ୍ ଅଫ୍ କରପ୍ସନ୍ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଚାଷୀଙ୍କ ଋଣ ଟଙ୍କା ଖାଇ ଜେଲ୍ ଗଲେ ପ୍ୟାକ୍ସ ସଂପାଦକ
ଚାଷୀଙ୍କଠାରୁ ୩୧ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍ ଲଖନପୁର ପ୍ୟାକ୍ସ ସଂପାଦକ ଧ୍ରୁବଚରଣ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ...
/sambad/media/media_files/2025/03/18/1oOG3Rw5DU7VKJpJtsm6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)