ଭୁବନେଶ୍ଵର : ଅଗ୍ନିଶମ କର୍ମଚାରୀ ଆସନ୍ତାକାଲି କାର୍ଯ୍ୟବନ୍ଦ ଆନ୍ଦୋଳନ ଡାକରା ଦେବା ପରେ ଆଜି ସରକାର ସେମାନଙ୍କର ସମସ୍ତ ଦାବି ପୂରଣ କରିଛନ୍ତି। ଭତ୍ତା ବଢ଼ିବା ସହ ଅତିରିକ୍ତ କାମ ପାଇଁ ଏକ ମାସର ଦରମା ମିଳିବାକୁ ଘୋଷଣା ହୋଇଛି। ଆଜି ଗୃହ ବିଭାଗ ପକ୍ଷରୁ ସ୍ବତନ୍ତ୍ର ବିଜ୍ଞପ୍ତି ଜରିଆରେ ଏହି ଘୋଷଣା କରାଯାଇଛି। ଏହି ଘୋଷଣା ଫାୟାର ମ୍ୟାନ୍, ଫାୟାର ମ୍ୟାନ୍ ଡ୍ରାଇଭର, ଲିଡିଂ ଫାୟାର ମ୍ୟାନ୍, ଡ୍ରାଇଭର ହାବିଲଦାର ଓ ହାବିଲଦାର ମେକାନିକ୍ଙ୍କ ପାଇଁ ଲାଗୁ ହେବ ବୋଲି କୁହାଯାଇଛି। ବିଜ୍ଞପ୍ତି ମୁତାବକ, ଏକମାସର ଅତିରିକ୍ତ ଦରମାକୁ ଏକ୍ସଟ୍ରା ଡ୍ୟୁଟି ଇନ୍ସେଣ୍ଟିଭ୍ ଭାବରେ ନାମକରଣ କରାଯାଇଛି। ଗ୍ରେଡ୍ ପେ ସହ ଏହା ଉପଲବ୍ଧ ହେଉଥିବା ବେଳେ ସର୍ବାଧିକ ସିଲିଂ ୧୭ ହଜାର ରହିଛି। ସେହିଭଳି ସାଇକେଲ୍ ଭତ୍ତା କୁ ମୋବିଲିଟି ଭତ୍ତା ଭାବେ ନାମକରଣ କରାଯାଇଥିବା ବେଳେ ମାସିକ ୭୫ରୁ ଦେଢଶହ କରାଯାଇଛି। ସ୍ପୋସାଲ ଡାଏଟ୍ ଆଲାଉନ୍ସକୁ ୭ଶହରୁ ୯ଶହକୁ ବୃଦ୍ଧି କରାଯାଇଛି। ଆଜି ଠାରୁ ଏହି ନିର୍ଦ୍ଦେଶ କାର୍ଯ୍ୟକ୍ଷମ ହେଲା ବୋଲି ଗୃହ ବିଭାଗର ଏହି ସ୍ବତନ୍ତ୍ର ନୋଟିସ୍ ବଳରେ କୁହାଯାଇଛି।
ଅଗ୍ନିଶମ କର୍ମଚାରୀଙ୍କ ବଢ଼ିଲା ଭତ୍ତା : ଅତିରିକ୍ତ କାମ ପାଇଁ ପାଇବେ ମାସକର ଦରମା
/sambad/media/post_attachments/wp-content/uploads/2019/03/fire-1.jpg)