ବେଦ ପ୍ରକାଶଙ୍କ ପରଲୋକରେ ଶୋକ

ପାଟକୁରା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବେଦ ପ୍ରକାଶ ଅଗ୍ରଵାଲଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ କରାଯାଇଛି। ଦଳମତ ନିର୍ବି‌େଶଷରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପରଲୋକରେ ଶୋକପ୍ରକାଶ କରିବା ସହ ରାଜ୍ୟ ରାଜନୀତି, ସାମାଜିକ ଜୀବନରେ ତାଙ୍କର ବହୁମୂଲ୍ୟ ଅବଦାନର ସ୍ମୃତିଚାରଣ କରିଛନ୍ତି।

ଓଡ଼ିଶା ଜନଜୀବନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା : ରାଜ୍ୟପାଳ

‘ସ୍ବର୍ଗତଃ ଅଗ୍ରଵାଲ ଜଣେ ବିଶିଷ୍ଟ ରାଜନେତା ଥିଲେ। ତାଙ୍କ ଅବର୍ତ୍ତମାନରେ ଓଡ଼ିଶାର ଜନଜୀବନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି।’
ତାଙ୍କ ସାଂଗଠନିକ ଦକ୍ଷତା ଓ ତ୍ୟାଗ ସବୁଦିନ ପାଇଁ ମନେରହିବ: ନବୀନ ପଟ୍ଟନାୟକ

‘ ସ୍ବର୍ଗତଃ ଅଗ୍ରଵାଲ ଜଣେ ଦକ୍ଷ ଜନପ୍ରତିନିଧି ଓ ପ୍ରଶାସକ ଥିଲେ। ତାଙ୍କ ବିୟୋଗରେ ଆମ ସମସ୍ତଙ୍କର ବଡ଼ ଅପୂରଣୀୟ କ୍ଷତି ଘଟିଛି। ସାଧାରଣ ଲୋକଙ୍କ ପ୍ରତି ଶ୍ରୀ ଅଗ୍ରଵାଲଙ୍କ ସାଂଗଠନିକ ସାମର୍ଥ୍ୟ ଓ ତ୍ୟାଗ ସବୁଦିନ ପାଇଁ ମନେରହିବ। ସ୍ବର୍ଗତଃ ଅଗ୍ରଵାଲ ପ୍ରବାଦୁ ପୁରୁଷ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ଥିଲେ। ।’

ଶୋକପ୍ରକାଶ ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି:
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା, ରାଜସ୍ବ ମନ୍ତ୍ରୀ ମହେଶ୍ବର ମହାନ୍ତି, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ, ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, ବୟନଶିଳ୍ପ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ବିଜୁ ଯୁବ ଜନତା ଦଳର ସଭାପତି ଅମରେଶ ପତ୍ରୀ ଓ ବିଜେଡି ସାଧାରଣ ସମ୍ପାଦକ ବିଜୟ ନାୟକ।

ସମ୍ବନ୍ଧିତ ଖବର