ବଲାଙ୍ଗୀର : ହାତଗୋଡ଼ ହରାଇଥିବା ପାୟଲ୍‌ ନାଗ ନିଜ ମୁହଁରେ ତୂଳୀ ଧରି ପୁଣି ଏକ ସୁନ୍ଦର ଚିତ୍ର ଆଙ୍କିଛନ୍ତି। ଏହି ଚିତ୍ର ହେଉଛି ରାଜ୍ୟ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ପ୍ରତିଚ୍ଛବି, ଯାହାକୁ ସେ ଭେଟି ଦେଇଛନ୍ତି।

Advertisment

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଯମୁନା ବାହାଲ ଗଁାର ଝିଅ ପାୟଲ। ତାଙ୍କୁ ଯେତେବେଳେ ୫ବର୍ଷ ହୋଇଥିଲା, ଦାଦନ ଖଟିବାକୁ ଯାଇଥିବା ବାପାମା’ଙ୍କ ସହ ରାୟପୁରରେ ରହୁଥିଲେ। ସେଠାରେ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ସେ ହାତଗୋଡ଼ ହରାଇଥିଲେ ପାୟଲ। ଗଣମାଧ୍ୟମ ତଥା ସମାଜସେବୀ ସ୍ବର୍ଗତ ଲଳିତ କୁମାର ନାୟକଙ୍କ ହସ୍ତକ୍ଷେପ ପରେ ତାଙ୍କର ଚିକିତ୍ସା କରାଯାଇଥିଲା। ପାୟଲ ଏବେ ପଥରଚେପା ପାର୍ବତୀଗିରି ବାଲନିକେତନର ଅନ୍ତେବାସୀ। ହାତଗୋଡ ହରାଇ ଥିଲେ ବି ନିଜର ମୁହଁରେ ତୂଳୀଧରି ଏକ ସୁନ୍ଦରଚିତ୍ର ଆଙ୍କି ରାଜ୍ୟ ଉନ୍ନୟନ କମିସନର ଅନୁ ଗର୍ଗଙ୍କୁ ଆଜି ଉପହାର ଦେଇଛନ୍ତି। ପାୟଲଙ୍କ ତୂଳୀରେ ଅଙ୍କାଯାଇଥିବା ନିଜର ପ୍ରତିଚ୍ଛବି ଦେଖି ଖୁବ୍‌ ହୋଇଯାଇଥିଲେ ଉନ୍ନୟନ କମିସନର। ଢେର୍‌ ଆଶୀର୍ବାଦ କରିବା ସହିତ ପାୟଲଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।