ଭୁବନେଶ୍ବର : ନିକଟରେ ରାଜ୍ୟରେ ହୋଇଥିବା ଧାମନଗର ଓ ପଦ୍ମପୁର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନର ଅନୁଧ୍ୟାନ ପାଇଁ ପ୍ରଦେଶ କଂଗ୍ରେସ ପକ୍ଷରୁ ୨ଟି କମିଟି ଗଠନ କରାଯାଇଛି। ଧାମନଗର ପାଇଁ ଗଠିତ କମିଟିରେ ପୂର୍ବତନ ବିଧାୟକ ରବୀନ୍ଦ୍ର ମଲ୍ଲିକ, ବିଭୂତି ଭୂଷଣ ମିଶ୍ର, ସାଧାରଣ ସଂପାଦକ କିଶୋର ଜେନା ଅଛନ୍ତି। ସେହିପରି ପଦ୍ମପୁର ପାଇଁ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ପିସିସି ସଂପାଦକ ଦୁର୍ଗା ପାଢ଼ୀ ରହିଛନ୍ତି।
ଏହି ଦୁଇ ପୃଥକ କମିଟି ଯଥାଶୀଘ୍ର ଜିଲ୍ଲା ସଭାପତିଙ୍କ ସହ ଯୋଗାଯୋଗ କରି ନିଜ ଦାୟିତ୍ବରେ ଥିବା ନିର୍ବାଚନ ମଣ୍ଡଳୀ ଗସ୍ତ କରିବେ। ସେଠାରେ ସଂପୃକ୍ତ ଜିଲ୍ଲା କଂଗ୍ରେସ ସଭାପତି, ସ୍ଥାନୀୟ ବିଧାୟକ ପ୍ରାର୍ଥୀ, ପୂର୍ବତନ ସାଂସଦ, ବିଧାୟକ, ଦଳୀୟ କର୍ମକର୍ତା, କର୍ମୀ ଓ ବିଭନ୍ନ ବିର୍ଭଗର ବ୍ୟକ୍ତିବିଶେଷଙ୍କୁ ଭେଟିବେ। ଆସନ୍ତା ୭ଦିନ ଭିତରେ ରିପୋର୍ଟ ପ୍ରଦାନ କରିବା ଲାଗି ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ଦେଶକ ଦେଇଥିବା ପିସିସି ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।