କେନ୍ଦ୍ରାପଡ଼ା ଏସପିଙ୍କୁ ତୁରନ୍ତ ନିଲମ୍ବନ କରିବାକୁ ଦାବି କଲା ପିସିସି

ଭୁବନେଶ୍ବର : କେନ୍ଦ୍ରାପଡ଼ା ଏସପି ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିବା ପ୍ରସଙ୍ଗରେ ବିଧାନସଭାରେ ତମ୍ବି ତୋଫାନ ହୋଇଥିବାବେଳେ ପିସିସି ପକ୍ଷରୁ ଏହି ଘଟଣାକୁ ନିନ୍ଦା କରାଯାଇଛି। ଏ ନେଇ ପିସିସି ଉପସଭାପତି ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସମ୍ପୃକ୍ତ ଏସପିଙ୍କୁ ତୁରନ୍ତ ନିଲମ୍ବନ କରି ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ପ୍ରେସ ଇସ୍ତାହାର ଜାରି କରି ଶ୍ରୀ ଜ୍ଞାନେନ୍ଦ୍ର ଦର୍ଶାଇଛନ୍ତି ରାଜ୍ୟରେ ଅଥର୍ବ ସରକାରର ସୁଯୋଗ ନେଇ ପ୍ରଶାସକମାନେ ଶାସନକୁ ହାତମୁଠାକୁ ନେବା ଗଣତନ୍ତ୍ର ପାଇଁ ବିପଦ।

ସମ୍ବନ୍ଧିତ ଖବର