ପିପିଲି ଉପନିର୍ବାଚନ ପ୍ରାର୍ଥୀ ଚୟନ ପାଇଁ ପିସିସି ପକ୍ଷରୁ କମିଟି ଗଠନ

ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରିବାକୁ କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଥି ପାଇଁ ଏକ କମିଟି ଗଠନ କରିଛନ୍ତି। ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଜାନକୀ ବଲ୍ଲଭ ପଟ୍ଟନାୟକ ଆବାହକ ଅଛନ୍ତି। ଅନ୍ୟ ସଦସ୍ୟମାନେ ‌େହଲେ ସୁରେଶ କୁମାର ରା‌ଉତରାୟ, ତାରାପ୍ରସାଦ ବାହିନୀପତି, ମହମ୍ମଦ ମୋକିମ୍‌, ବିପିନ ଦାଶ, ଗଣେଶ୍ବର ବେହେରା, ରଞ୍ଜୀବ ବିଶ୍ବାଳ, ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡ଼ା, ସଂଗ୍ରାମ କେଶରୀ ଜେନା, ସ୍ମୃତିରଞ୍ଜନ ଲେଙ୍କା, ସୟଦ ୟାସିର ନୱାଜ, ମାନସ ଚୌଧୁରୀ, ବିଶ୍ବଜିତ ଦାସ, ବିଶ୍ବଭୂଷଣ ଦାସ, ଅମୀୟ କୁମାର ପଟ୍ଟନାୟକ, ଜ୍ଞାନଦେବ ବେଉରା, ରଜତ ଚୌଧୁରୀ ଓ ଜିନେଶ ଦାସ। ୨୦ ତାରିଖ ମଙ୍ଗଳବାର ଦିନ କଂଗ୍ରେସ ଭବନରେ କମିଟିର ବୈଠକ ବସି ପ୍ରାର୍ଥୀ ଚୟନ ସମ୍ପର୍କରେ ଆଲୋଚନା ହେବ।

ସମ୍ବନ୍ଧିତ ଖବର