ପିସିସି କିଷାନ କଂଗ୍ରେସର ଆଲୋଚନା ଚକ୍ର ୧୬ରେ

ଭୁବନେଶ୍ବର : ଆସନ୍ତା ୧୬ତାରିଖରେ ପ୍ରଦେଶ କିଷାନ କଂଗ୍ରେସର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେଉଛି। ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ଦଳର ବରିଷ୍ଠ ବିଧାୟକ/ନେତୃବୃନ୍ଦ ଯୋଗଦେବା ସହିତ ରାଜ୍ୟର କୃଷି ଓ କୃଷକମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପରାମର୍ଶ ପ୍ରଦାନ କରିବେ। ତେଣୁ ଏହି ବୈଠକରେ କିଷାନ କଂଗ୍ରେସ ରାଜ୍ୟ କମିଟିର ସମସ୍ୟ କର୍ମକର୍ତା/ସଦସ୍ୟ, ଜିଲ୍ଲା, ବ୍ଲକ୍, ନଗର କିଷାନ କଂଗ୍ରେସର ସଦସ୍ୟମାନେ ଯୋଗ ଦେବା ପାଇଁ କମିଟିର ଅଧ୍ୟକ୍ଷ ପ୍ରେମାନନ୍ଦ ସ୍ବାଇଁ ଏକ ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର