ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲା ସଭାପତିମାନଙ୍କ ନାମ ପ୍ରକାଶ ପାଇବ: ପିସିସି ସଭାପତି

ଭୁବନେଶ୍ୱର: ଏପ୍ରିଲ ୧୯ ତାରିଖରେ ନିରଞ୍ଜନ ପଟ୍ଟାୟକ ପିସିସି ସଭାପତି ହେବା ପରେ ତାଙ୍କ ପ୍ରଥମ ସମୀକ୍ଷା ଦିଲ୍ଲୀରେ ଆୟୋଜିତ ହୋଇଛି। ଶନିବାର ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟାୟକ ଅନେକ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଛନ୍ତି। ଆସନ୍ତା ଏକ ସପ୍ତାହ ମଧ୍ୟରେ ପିସିସିର ଅନ୍ୟ ସମସ୍ତ ସବ୍‌ କମିଟି ନେଇ ନିଷ୍ପତି ନିଆଯିବ ବୋଲି ଜଣାପଡିଛି । ଏଥିସହିତ ପିସିସି ସଭାପତି ନୂଆ ଟିମ୍‌ ଗଠନ ପରେ ରାଜ୍ୟର ବିଭିନ୍ନ ଜିଲ୍ଲା ବୁଲି ଅନେକ ସଙ୍ଗଠନ ହାତକୁ ନେଇଥିଲେ। ଯାହର ବିସ୍ତୃତ ବିବରଣୀ ଆଜି ସେ ଦେଇଛନ୍ତି।

ସେହିପରି ଜିଲ୍ଲା ସଭାପତିଙ୍କ ଏକ ତାଲିକା ଦେଇଛନ୍ତି। ଯାହା ଆଜି ସନ୍ଧ୍ୟା ସୁଦ୍ଧା ପ୍ରକାଶ ପାଇପାରେ। ଜିଲ୍ଲା ସଭାପତିଙ୍କ ନିୟୁକ୍ତି ସହିତ କାର୍ଯ୍ୟାକାରୀ ସଭାପତିଙ୍କ ମଧ୍ୟ ନିଯୁକ୍ତି ହେବ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଯାହାର ରିପୋର୍ଟ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ପ୍ରକାଶ ପାଇବ। କେବଳ ଏତିକି ନୁହେଁ ସଙ୍ଗଠନକୁ କିପରି ମଜବୁତ କରାଯାଇ ପାରିବ ସେ ନେଇ ମଧ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଥିଲେ।

ରାହୁଲ ଗାନ୍ଧି ଜୁଲାଇ ତୃତୀୟ ସପ୍ତାହ କିମ୍ବା ଅଗଷ୍ଟ ପ୍ରଥମ ସପ୍ତାହରେ ଓଡ଼ିଶା ଆସିପାରନ୍ତି ବୋଲି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର