ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଲକ୍ଷ ଲକ୍ଷ ଚାଷୀ ଆନ୍ଦୋଳନ କରୁଛନ୍ତି। ସେମାନେ ଶୀତ କାକରରେ ରାସ୍ତାରେ ପଡ଼ିରହିଛନ୍ତି। ୪୦ରୁ ଉର୍ଦ୍ଧ୍ବ ଚାଷୀ ପ୍ରାଣ ହରାଇଲେଣି। ଚାଷୀଙ୍କ ଦାବି ପ୍ରତି ସମ୍ମାନ ଜଣାଇ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଆସନ୍ତାକାଲି ୨୦୨୧ ନୂଆ ବର୍ଷ ପାଳିବେନି ବୋଲି ଘୋଷଣା କରିଛନ୍ତି। ଚାଷୀମାନେ ଦେଶର ମେରୁଦଣ୍ଡ। ଅତ୍ୟନ୍ତ ଦୁଃଖ ଦୁର୍ଦ୍ଦଶା ଭିତରେ ଦେଶର ଚାଷୀମାନେ ଗତି କରୁଥିବାବେଳେ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ସେମାନଙ୍କ ଦାବି ପ୍ରତି କର୍ଣ୍ଣପାତ କରିନାହାନ୍ତି। କଂଗ୍ରେସ ଦଳ ସବୁବେଳେ କୃଷକମାନଙ୍କ ସ୍ବାର୍ଥ ରକ୍ଷା ପାଇଁ କାର୍ଯ୍ୟ କରିଆସିଛି। ଏଭଳି ଦୁଃଖ ସମୟରେ ସେମାନଙ୍କ ପ୍ରତି ସମର୍ଥନ ଓ ସମବେଦନା ଜଣାଇବା ଆମ ସମସ୍ତଙ୍କର କର୍ତ୍ତବ୍ୟ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି।
ନୂଆ ବର୍ଷ ପାଳିବେନି ପିସିସି ସଭାପତି
/sambad/media/post_attachments/wp-content/uploads/2019/09/Niranjan-Patnaik-india-com.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)