ସୁସ୍ଥ ଥିବା ନେଇ ସୂଚନା ଦେଲେ ପିସିସି ସଭାପତି

ଭୁବନେଶ୍ବର : ‘ରୁଟିନ୍‌ ଚେକ୍‌ ଅପ୍‌ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି।’ ସ୍ବାସ୍ଥ୍ୟଗତ କାରଣରୁ ଦିଲ୍ଲୀ ସ୍ଥିତ ମେଦାନ୍ତ ହସ୍ପିଟାଲରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଭର୍ତ୍ତି ହେବା ନେଇ ଖବର ପ୍ରକାଶ ପାଇବା ପରେ ଆଜି ଟ୍ବିଟ୍‌ କରି ନିଜେ ଶ୍ରୀ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ପିସିସି ସଭାପତି ସୁସ୍ଥ ଥିବା ନେଇ ଟ୍ବିଟ୍‌ କରି ଗତକାଲି କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ମଧ୍ୟ ଜଣାଇଥିଲେ। ସେପଟେ ଶ୍ରୀ ପଟ୍ଟନାୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ କହିଛନ୍ତି ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପିସିସି ସଭାପତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର