ବାହାରକୁ ନ ଯିବାକୁ ନିବେଦନ କଲେ ପିସିସି ସଭାପତି

ଭୁବନେଶ୍ବର : ‘କରୋନା ବିଶ୍ବରେ ଅକଳ୍ପନୀୟ କ୍ଷତି ଘଟାଇ ଛାଲିଛି। ପ୍ରତ୍ୟେକ ଦେଶ ଏହି ଭୂତାଣୁ ଦ୍ବାରା ପ୍ରଭାବିତ ହୋଇଛି। ଏହାର ପ୍ରତିରୋଧ ପାଇଁ ତାଲାବନ୍ଦ ହେଉଛି ଏକମାତ୍ର ବିକଳ୍ପ। ତେଣୁ ସମସ୍ତଙ୍କୁ ଅନୁରୋଧ ସରକାରଙ୍କ ଆଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରନ୍ତୁ।’ ସାମାଜିକ ଦୂରତା ରକ୍ଷା ଓ ସଂକ୍ରମଣଠାରୁ ଦୂରରେ ରହିବା ପାଇଁ ଆଜି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସମସ୍ତ ଜନସାଧାରଣଙ୍କୁ ଏପରି ଅନୁରୋଧ କରିଛନ୍ତି। ଏହାସହିତ ତାଲାବନ୍ଦ ସମୟରେ ଆଦୌ ବାହାରକୁ ନ ଯିବାକୁ ମଧ୍ୟ ସେ ନିବେଦନ କରିଛନ୍ତି।

ଶ୍ରୀ ପଟ୍ଟନାୟକ କହିଛନ୍ତି, ଏହି ଭୁତାଣୁ ହଜାର ହଜାର ଲୋକଙ୍କ ଜୀବନ ନେଲେ ମଧ୍ୟ ଏହା ମାନବ ଜାତିର ମୂଳମନ୍ତ୍ର କରୁଣା ଓ ସହାନୁଭୂତିକୁ ବିଲୋପ କରିପାରିବ ନାହିଁ। ତାଲାବନ୍ଦ ସମୟରେ ଯେପରି ଗରିବ ଲୋକଟିଏ ଅନାହାରରେ ନ ରହେ ସେଥିପ୍ରତି ଆମକୁ ସତର୍କ ଦୃଷ୍ଟି ଦେବାକୁ ହେବ। ଏହାସହିତ ପକ୍ଷୀ ଏବଂ ଅନ୍ୟ ପଶୁଙ୍କୁ ଖାଇବାକୁ ଦେବା ଜରୁରୀ। ମଣିଷ ଭାବରେ ଏହା ଆମର କର୍ତ୍ତବ୍ୟ। ଏମାନଙ୍କୁ ସହାୟତା ପ୍ରଦାନ କରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର