କୋଟିଆ ପ୍ରସଙ୍ଗରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ପିସିସି ସଭାପତି

ଭୁବନେଶ୍ୱର : ସୋମବାର ଦଳମତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ ଯେଉଁଭଳି କୋଟିଆରେ ଓଡ଼ିଶାର ସ୍ବାର୍ଥ ପାଇଁ ସ୍ବର ଉତ୍ତୋଳନ କଲେ ତାହା ଅତ୍ୟନ୍ତ ପ୍ରଶଂନସୀୟ। ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

କୋରାପୁଟ ଜିଲ୍ଳାର ବିଧାୟକ ବନ୍ଧୁ ଏବଂ ରାଜ୍ୟ ପ୍ରଶାସନ କୋଟିଆ ବିବାଦ ପ୍ରସଙ୍ଗରେ ଯେଉଁଭଳି ମିଳିତ ଭାବେ ଆନ୍ଧ୍ର ପ୍ରଶାସନ ଓ ରାଜନେତାଙ୍କୁ ପ୍ରତିହିତ କଲେ ତାହାହିଁ ସମୟ ଓ ପରିସ୍ଥିତିର ଆବଶ୍ୟକତା ଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। କୋଟିଆ ଓଡ଼ିଶାର ଏକ ଅବିଚ୍ଛେଦ୍ୟ ଅଙ୍ଗ ଓ ଏଥିପ୍ରତି ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଯେଉଁ ଅଯଥା ବିବାଦ ସୃଷ୍ଟି କରୁଛି ତାହାକୁ ବହୁ ପୂର୍ବରୁ ଏହିଭଳି ଢଙ୍ଗରେ ପଣ୍ଡ କରିବାର ଆବଶ୍ୟକତା ଥିଲା। ଆମର ସଂକୀର୍ଣ୍ଣ ରାଜନୈତିକ ମାନସିକତା ଏବଂ ସ୍ୱାର୍ଥପରତା ଯୋଗୁଁ ଆଜି ଆମେ ମହାନଦୀର ହକ୍ ଜଳ ପାଇବାରୁ ବଞ୍ଚିତ ହେଲୁ। ପୋଲାଭରମ ଜଳପ୍ରକଳ୍ପ ଭଳି ଘଟଣାର ପୁନରାବୃତ୍ତି ନଘଟୁ। ଓଡ଼ିଶାର ସ୍ୱାର୍ଥକୁ ସର୍ବାଗ୍ରେ ରଖି ମଧୁବାବୁ, ଗୋପବନ୍ଧୁଙ୍କୁ ସ୍ମରଣ କରି ଓଡ଼ିଶାର ମାଟିକୁ ରକ୍ଷା କରିବା ପାଇଁ ସମସ୍ତେ ଆପ୍ରାଣ ଉଦ୍ୟମ କରିବା ଉଚିତ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର