ବିଦ୍ୟୁତ୍‌ ଦର ବୃଦ୍ଧି ପ୍ରତିବାଦରେ ପିସିସି ସଭାପତିଙ୍କ ଆହ୍ୱାନ : ଆଜି ୬ଟାରୁ ୬ଟା ୧୫ ପର୍ଯ୍ୟନ୍ତ ବିଦ୍ୟୁତ୍‌ ବନ୍ଦ

ଭୁବନେଶ୍ୱର : ‘ ବିଦ୍ୟୁତ ଦର ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ସନ୍ଧ୍ୟା ୬ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର ବନ୍ଦ ରଖନ୍ତୁ ।’ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟର ଉପଭୋକ୍ତାମାନଙ୍କୁ ଏହି ନ‌ିବେଦନ କରିଛନ୍ତି। ଏହି ଦର ବୃଦ୍ଧିକୁ ବିରୋଧ କରି ସର୍ବଦଳୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ କଂଗ୍ରେସ ସମର୍ଥନ ଦେଇଥିବା ନେଇ ସେ ଘୋଷଣା କରିଛନ୍ତି।

ଏକ ପ୍ରେସ୍‌ ଇସ୍ତାହାର ଜାରି କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶାରେ କମ୍‌ ଖର୍ଚ୍ଚରେ ବିଦ୍ୟୁତ ଉତ୍ପାଦନ ପାଇଁ ଯଥେଷ୍ଟ ସମ୍ବଳ ରହିଛି। କିନ୍ତୁ ଯାହା ଉତ୍ପାଦନ ହେଉଛି, ସେଥିରୁ ୩୫% ବ୍ୟବସାୟିକ ଓ ବୈଷୟିକ କ୍ଷତିରେ ଚାଲିଯାଉଛି। ଅନ୍ୟ ରାଜ୍ୟଗୁଡ଼ିକରେ ଏହି କ୍ଷତି ପରିମାଣ ବହୁତ କମ୍‌। ଦିଲ୍ଲୀରେ ମାତ୍ର ୮% କ୍ଷତି ହେଉଛି। କିନ୍ତୁ ଆମ ରାଜ୍ୟରେ ସରକାର ଓ ବିତରଣ ସଂସ୍ଥାମାନଙ୍କ ଅପାରଗତା ଯୋଗୁଁ କ୍ଷତି ପରିମାଣ ବେଶି।

ଏଠାରେ ଉଲ୍ଲେଖଥାଉକି, ଆଜି ଭୁବନେଶ୍ବରରେ ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ପକ୍ଷରୁ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ୧୫ ମିନିଟ୍‌ ବିଦ୍ୟୁତ୍‌ ବନ୍ଦ ନିଷ୍ପତ୍ତି ସଂପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି।

ସମ୍ବନ୍ଧିତ ଖବର