ବେରବୋଇ ସଦ୍‌ଭାବନା ପଦଯାତ୍ରାରେ ଯୋଗଦେବାକୁ ପିସିସି ସଭାପତିଙ୍କ ଆହ୍ୱାନ

ଭୁବନେଶ୍ବର : ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକ ପୂର୍ତ୍ତି ଏବଂ ଓଡ଼ିଶା କଂଗ୍ରେସର ୧୦୦ ବର୍ଷ ପୂର୍ତ୍ତୀ ଅବସରରେ ପୁରୀ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ଆସନ୍ତା ମାର୍ଚ୍ଚ୧୩ ତାରିଖ ଦିନ ଏକ ଦିନିକିଆ ‘ସଦ୍‌ଭାବନା ପଦଯାତ୍ରା’ର ଆୟୋଜନ କରାଯାଉଛି। ଏହି ଅବସରରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ୍ ବିବୃତି ଜାରି କହିଛନ୍ତି ଯେ ୧୩ ତାରିଖ ଦିନ ସକାଳ ୭ଟା ସମୟରେ ପୁରୀ ଜିଲ୍ଲା ଅନ୍ତର୍ଗତ ଗାନ୍ଧୀ ସ୍ମାରକୀ ପୀଠ ତଥା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ କର୍ମ ଭୂମି ବେରବୋଇ ଠାରୁ ଶୁଭାରମ୍ଭ କରାଯିବ । ଏହି ପଦଯାତ୍ରାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଯୋଗଦେବେ। ସେଦିନ ସନ୍ଧ୍ୟାବେଳେ ପଦଯାତ୍ରା ଦାଣ୍ଡମୁକୁନ୍ଦପୁର ଠାରେ ପହଞ୍ଚିବା ପରେ ଏକ ସାଧାରଣ ସଭା ହୋଇ ପଦଯାତ୍ରା କରାଯିବ। ଏହି ପଦଯାତ୍ରା ଓ ସାଧାରଣ ସଭା କାର୍ଯ୍ୟକ୍ରମରେ ଗାନ୍ଧୀ ପ୍ରେମୀ, ଗୋପବନ୍ଧୁ ପ୍ରେମୀ ଓ କଂଗ୍ରେସ ପ୍ରେମୀ ଜନସାଧାରଣ ବହୁଳ ସଂଖ୍ୟାରେ ଯୋଗଦେଇ ସଦ୍‌ଭାବନା ପଦଯାତ୍ରାକୁ ସଫଳ କରିବା ପାଇଁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର