ପିସିସି ସଭାପତିଙ୍କ ମାତୃବିୟୋଗ

ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ପ୍ରସାଦ ହରିଚନ୍ଦନଙ୍କ ମାତା ବିମଳା ହରିଚନ୍ଦନଙ୍କ ବିୟୋଗ ଘଟିଛି। ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ସେ କିଛି ଦିନ ଧରି ବାର୍ଧକ୍ୟଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କର ଦୁଇ ପୁତ୍ର, ତିନି କନ୍ୟାଙ୍କ ମଧ୍ୟରୁ ପ୍ରସାଦ ବଡ଼ ପୁତ୍ର। ସେ ଜଣେ ଧର୍ମପରାୟଣା ଏବଂ ପରୋପକାରୀ ମହିଳା ଥିଲେ। କିଛି ବର୍ଷ ପୂର୍ବରୁ ତାଙ୍କ ସ୍ୱାମୀ ତଥା ବିଶିଷ୍ଟ ସାହିତ୍ୟିକ ଫକୀର ହରିଚନ୍ଦନଙ୍କ ଦେହାନ୍ତ ହୋଇଥିଲା।

ସମ୍ବନ୍ଧିତ ଖବର