ବାଲେଶ୍ବର ଗସ୍ତରେ ପିସିସି ସଭାପତି

ବାହାନଗା/ଗୋପାଳପୁର: ନବନିର୍ବାଚିତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ମୟୂରଭଞ୍ଜର ବାରିପଦାରୁ ‘ଜନସମ୍ପର୍କ ଯାତ୍ରା’ ଆରମ୍ଭ କରିବାର ଅବ୍ୟବହିତ ପୂର୍ବରୁ ୨୭ ତାରିଖ ପୂର୍ବାହ୍ନଠାରୁ ଭଦ୍ରକ ଜିଲ୍ଲାର ବିଭିନ୍ନ ସହିଦ ସ୍ମୃତିପୀଠ ଏବଂ ଅପରାହ୍ନରେ ବାଲେଶ୍ବର ଜିଲ୍ଲାର ଶ୍ରୀଜଙ୍ଗ ସହିଦ ସ୍ମୃତିପୀଠ ଓ ଇଂଚୁଡ଼ିର ସହିଦ ସ୍ମୃତିପୀଠରେ ସ୍ବାଧୀନତା ସଂଗ୍ରାମର ସେନାନୀମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ କି ବିଜେପି ଓ ବିଜେଡିର ଏକମାତ୍ର ବିକଳ୍ପ ରାଜନୈତିକ ଦଳ ହେଉଛି କଂଗ୍ରେସ। ଅତୀତରେ କଂଗ୍ରେସ କ୍ଷମତାରେ ଥିଲାବେଳେ ହୀରାକୁଦ ନଦୀବନ୍ଧଠାରୁ ଆରମ୍ଭ କରି ରାଉରକେଲାରେ ଇସ୍ପାତ କାରଖାନା, ପାରାଦ୍ବୀପ ବନ୍ଦର, ତାଳଚେରରେ ସାର କାରଖାନା ଆଦି ପ୍ରତିଷ୍ଠା ହୋଇଥିଲା। ବର୍ତ୍ତମାନର ନବୀନ ସରକାର ଏ ସବୁ କାରଖାନାକୁ ବନ୍ଦ କରିଥିବା ବେଳେ କେନ୍ଦ୍ର ସରକାର ମଧ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ ରୁଗ୍‌ଣ କରି ସାରିଲେଣି। କେବଳ ପୁଞ୍ଜି ପ୍ରତ୍ୟାହାର କରି ମୋଦୀ ସରକାର କର୍ମଚାରୀଙ୍କୁ ଦରମା ଦେବା ସହ ଟଙ୍କିକିଆ ଚାଉଳରେ ସୁନାମ ପାଇବାକୁ ଉଦ୍ୟମ କରୁଛନ୍ତି। ଅଗ୍ନିପଥ ଓ ଅଗ୍ନିବୀର ଯୋଜନା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି ଅବସରରେ ରସାଳପୁରରେ ସ୍ବାଧୀନତା ସଂଗ୍ରାମୀ ସର୍ଦ୍ଦାର ସୁରେନ୍ଦ୍ର ଦାସଙ୍କ ପ୍ରତିମୂର୍ତିରେ ମଧ୍ୟ ସେ ମାଲ୍ୟାର୍ପଣ କରିଥିଲେ। ପରେ ଶ୍ରମିକନେତା ବିକାଶ ଦାସଙ୍କ କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତା ଓ କର୍ମୀମାନଙ୍କ ସହ ପିସିସି ସଭାପତି ଆଲୋଚନା କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ ନେତା ଅନନ୍ତ ପ୍ରସାଦ ସେଠୀ, ସୁରେଶ ମହାପାତ୍ର, ପିସିସି ଉପସଭାପତି ଶୁଭେନ୍ଦୁ ମହାନ୍ତି, ପିସିସି ମୁଖପାତ୍ର ପଦ୍ମାକର ଗୁରୁ, ସୋସିଆଲ୍‌ ମିଡିଆ ରାଜ୍ୟ ସଂପାଦକ ଅଭିଶେଖ ମହାନନ୍ଦ, ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସଭାପତି ଲୋକନାଥ ମହାରଥୀ, ପୂର୍ବତନ ବିଧାୟକ ସୁରେନ୍ଦ୍ର ପରମାଣିକ, ଦଳର ବାଲେଶ୍ବର ଲୋକସଭା ନିର୍ବାଚନ ମଣ୍ତଳୀ ନେତା ନବଜ୍ୟୋତି ପଟ୍ଟନାୟକ, ଜିଲ୍ଲା ସଭାପତି ସଂଜୀବ ଗିରି, ରେମୁଣା ବ୍ଲକ୍‌ ସଭାପତି ତରୁଣ ଦାସ, ପ୍ରତାପ ଚନ୍ଦ୍ର ସେଠୀ, ପିସିସି ସଂପାଦକ ଅର୍ଚ୍ଚନା ନନ୍ଦୀ, ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞାପାରମିତା ମହାନ୍ତି, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଶ୍ରମିକ ନେତା ବିକାଶ ଦାସ, ନିରଞ୍ଜନ ବେହେରା, ରାଜେନ୍ଦ୍ର ଦାସ, ରାମନାରାୟଣ ଶତପଥୀ, କନ ବେହେରା, କହ୍ନେଇ ଚରଣ ପ୍ରଧାନ, ସନ୍ତୋଷ ମହାପାତ୍ର, ଦେବଦତ୍ତ ଦାସ, ରାଜେନ୍ଦ୍ର ମହାନ୍ତି, ଶ୍ରୀକାନ୍ତ ଜେନା, ଅଜୟ ଦ୍ବିବେଦୀ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର