ପିସିସି ସୂଚନା ଅଧିକାର ବିଭାଗ ଅଧ୍ୟକ୍ଷ ପଦରୁ ହେମନ୍ତଙ୍କ ଇସ୍ତଫା

ବାହିନୀପତିଙ୍କ ସ୍ବାଧିକାର ଭଙ୍ଗ ପ୍ରସ୍ତାବ କଂଗ୍ରେସ ବିଚାରଧାରାର ବିରୋଧୀ

ବଲାଙ୍ଗୀର : କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ବିରୋଧରେ ଆଣିଥିବା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ମହାତ୍ମା ଗାନ୍ଧୀ ଓ ଜବାହରଲାଲ ନେହରୁଙ୍କ ପ୍ରଦର୍ଶିତ ମାର୍ଗର ବିରୋଧାଚରଣ କରୁଛି। ସ୍ଥାନୀୟ ଅମଲା ଭବନରେ କଂଗ୍ରେସ ରାଜ୍ୟ ସୂଚନା ଅଧିକାର ବିଭାଗର ଅଧ୍ୟକ୍ଷ ହେମନ୍ତ ପଣ୍ଡା ଏହି ମତ ପ୍ରକାଶ କରିଛନ୍ତି। ଗଣମାଧ୍ୟମ ସତ୍ୟ ଘଟଣାକୁ ଲୋକଲୋଚନକୁ ଆଣିବା ତାଙ୍କର କର୍ତ୍ତବ୍ୟ। ଶାସକ ଦଳର ମୁଖ୍ୟ ସଚେତକଙ୍କ ନିର୍ଦ୍ଦେଶରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିବା କଥା ଲୋକଲୋଚନକୁ ଆଣିଥିବା ଗଣମାଧ୍ୟମ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ ଆଣିବା ଘଟଣା ସମ୍ବିଧାନର ମୂଳ ଆଧାରକୁ ଆକ୍ରମଣ କରିବା ସହ ସମାନ ବୋଲି କହିଛନ୍ତି ଶ୍ରୀ ପଣ୍ଡା।

ସମ୍ବିଧାନର ୧୯(୧)(କ)କୁ ସୁନିଶ୍ଚିତ କରିବା ପାଇଁ ତଥା ବାକ ସ୍ବାଧୀନତା ଓ ସ୍ବାଧୀନ ଭାବେ ମତ ପ୍ରକାଶ କରିବା ପାଇଁ ଆରଟିଆଇରେ ନିୟମ ରହିଛି। କଂଗ୍ରେସ ସଭ୍ୟ ବାହିନୀପତିଙ୍କ ଏତାଦୃଶ କାର୍ଯ୍ୟ ଦଳର ବିଚାରଧାରର ବିରୋଧାଚରଣ କରୁଛି। ତେଣୁ ଏହାର ପ୍ରତିବାଦରେ କଂ‌େଗ୍ରସ ରାଜ୍ୟ ସୂଚନା ଅଧିକାର ବିଭାଗ ଅଧ୍ୟକ୍ଷ ପଦରୁ ଓହରି ଯିବା ପାଇଁ ଶ୍ରୀ ପଣ୍ଡା ଇସ୍ତଫା ଦେଇଥିବା ମତ ରଖିଛନ୍ତି।

ସମ୍ବନ୍ଧିତ ଖବର