ଭୁବନେଶ୍ବର: କଂଗ୍ରେସରୁ ପୁଣି ଜଣେ ବରିଷ୍ଠ ନେତା ଇସ୍ତଫା ଦେଇଛନ୍ତି। ଏବେ ଦଳକୁ ଆଉ ଏକ ଝଟକା ଦେଇଛନ୍ତି ପିସିସି ଉପସଭାପତି ରଜତ ଚୌଧୁରୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି। ଇସ୍ତଫାର ସଠିକ କାରଣ ଏଯାଏଁ ସ୍ପଷ୍ଟ ହୋଇନଥିଲେ ବି ଦଳୀୟ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡ଼ିଥିବା ଚର୍ଚ୍ଚା ହେଉଛି। ସେ ଯୁବ କଂଗ୍ରେସ ସଭାପତି ଦାୟିତ୍ବ ମଧ୍ୟ ନିର୍ବାହ କରିଥିଲେ। ସେ ଦଳରେ ୨୪ ବର୍ଷ ଯାଏ କାମ କରିଥିବା ଜଣାଯାଇଛି।
ତେବେ କଂଗ୍ରେସର ପ୍ରାଥମିକ ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେବା ପରେ କେଉଁ ଦଳରେ ଯୋଗ ଦେବେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/b18fc3bc-ab9b-482b-8397-4c4f38df768b.jpeg)