ପିସିସିର ନୂତନ ସୋସିଆଲ ମିଡିଆ କମିଟି

ଭୁବନେଶ୍ବର : ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସୋସିଆଲ ମିଡିଆର ନୂତନ କମିଟି ଘୋଷଣା କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ପ୍ରଦେଶ କଂଗ୍ରେସ ସୋସିଆଲ ମିଡିଆର ଅଧ୍ୟକ୍ଷ ଅଭିଷେକ ମହାନନ୍ଦ ଏହି କମିଟି ଘୋଷଣା କରିଛନ୍ତି। ଏହି କମିଟିରେ ବରିଷ୍ଠ କଂଗ୍ରେସ ନେତା ସୁଦର୍ଶନ ଦାସ, ବିସ୍ମୟ ମହାପାତ୍ର, ଅମୀୟ ପାଣ୍ଡବ, ରଜନୀ ମହାନ୍ତି, ମମତା କୁଣ୍ଡୁ ପ୍ରମୁଖ କାର୍ଯ୍ୟକାରୀ ସଦସ୍ୟ ରହିଛନ୍ତି। ଏହାସହ ସାଧାରଣ ସଂପାଦକ ଭାବେ ସମସିଦା ତାୟବ, ଜୋଏତା ରାୟ, ମାହେପର ନିଖିତ, ବିନୋଦ ବିହାରୀ ନାୟକ, ପୀତବାସ ପଣ୍ଡା, ପୱନ ଶର୍ମା, ଚେତନ ମିଶ୍ର, ସୀମାଞ୍ଚଳ ଉଲ୍ଲାକା, ଦୀପକ ମହାପାତ୍ର, ଚନ୍ଦନ ରାୟ, ସୁବାସ ନାୟକ, ଜଗତ ଜୀବନ ମହାନ୍ତି, ମୁରଲୀଧର ନାୟକ, ମୁକେଶ ଅଗ୍ରୱାଲ ପ୍ରମୁଖ ରହିଛନ୍ତି। ଆଗାମୀ ଦିନରେ‌ ସାମାଜିକ ଗଣମାଧ୍ୟମରେ କଂଗ୍ରେସକୁ ସୁଦୃଢ଼ କରିବା ଲାଗି ରାଜ୍ୟର ପ୍ରତ୍ୟେକ ବ୍ଲକ୍‌ରେ ସଂଯୋଜକ ନିଯୁକ୍ତ କରାଯିବ। ବିଜେଡି-ବିଜେପିର ଦୁର୍ନୀତିର ପର୍ଦ୍ଦାଫାସ କରିବା ସହିତ ଦୁଇ ଦଳ ଭିତରେ ଥିବା ଭିତିରି ସଂପର୍କର ଖୁଲାସା କରିବା ପାଇଁ ରାଜ୍ୟ କଂଗ୍ରେସର ସାମାଜିକ ଗଣମାଧ୍ୟମ କମିଟି ଏକ ବଳିଷ୍ଠ ଭୂମିକା ଗ୍ରହଣ କରିବାକୁ ଯାଉଛି ବୋଲି ଶ୍ରୀ ମହାନନ୍ଦ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି। ପିସିସିର ନୂତନ ସୋସିଆଲ ମିଡିଆ କମିଟି କଂଗ୍ରେସକୁ ତୃଣମୂଳସ୍ତରରେ ସୁଦୃଢ଼ କରିବାକୁ ସଭାପତି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେବା ସହ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର