ସରକାରୀ ଉଦ୍ୟୋଗର କର୍ମଚାରୀଙ୍କୁ ରାଜ୍ୟ ସରକାରୀଙ୍କ ଦୀପାବଳି ଭେଟି, ମହଙ୍ଗା ଭତ୍ତା ୨% ବଢ଼ିଲା
ଭୁବନେଶ୍ୱର: ରାଜ୍ୟ ସରକାରୀ ଉଦ୍ୟୋଗ (ପିଏସ୍ୟୁ)ରେ କାର୍ଯ୍ୟରତ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ରାଜ୍ୟସରକାର ୨ପ୍ରତିଶତ ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ପ୍ରତିଶତ ଜୁଲାଇ ପହିଲାରୁ ପିଛିଲା ଭାବେ ଲାଗୁ ହେବା ନେଇ ସୂଚନା ମିଳିଛି। ତେବେ ଏହାକୁ ରାଜ୍ୟ ସରକାରଙ୍କ ଦୀପାବଳି ଭେଟି ବୋଲି କୁହାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏହାପୂର୍ବରୁ ଅର୍ଥାତ୍ ଦଶହରାରେ ରାଜ୍ୟ ସରକାର ସରକାରୀ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତାକୁ ୨ ପ୍ରତିଶତ ବୃଦ୍ଧି କରିଥିଲେ। ପୂର୍ବରୁ ଏହା ୭ ପ୍ରତିଶତ ଥିବା ବେଳେ ଏହାକୁ ୯ ପ୍ରତିଶତକୁ ବୃଦ୍ଧିି କରାଯାଇଥିଲା। ଏହି ବର୍ଦ୍ଧିିତ ମହଙ୍ଗା ଭତ୍ତା ୨୦୧୮ ମସିହା ଜୁଲାଇ ୧ ତାରିଖରୁ ପିଛିଲା ତାରିଖ ଭାବେ ଲାଗୁ ହେବ। ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜର ଅଧ୍ୟାପକ ଓ କର୍ମଚାରୀମାନେ ମଧ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ ବୋଲି ଜଣାପଡ଼ିଥିଲା।