ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ଦୁର୍ନୀତିର ଗନ୍ତାଘର ପାଲଟିଛି। ଏଠାରେ ମନରେଗା ଠାରୁ ଆରମ୍ଭ କରି ସ୍ବଛ ଭାରତ ପାଇଖାନରେ ଦୁର୍ନୀତି କରି ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରଯାଉଥିବା ଅଭିଯୋଗ ହୋଇଛି। ପୁଣି କୋମନା ବ୍ଳକରେ ପିଡିଏସ ଚାଉଳରେ ଏକ ବଡ଼ଧରଣ ଦୁର୍ନୀତି ହୋଇଥିବା ଦେଖିବାକୁ ମିଲିଛି।
କୋମନା ବ୍ଳକ ଆଗ୍ରେନ ପଞ୍ଚାୟତରେ ଆଜିକୁ ୫ ବର୍ଷ ହେବ ଜଣେ ମୃତ ବ୍ୟକ୍ତିଙ୍କ ନାମରେ ଚାଉଳ ଉଠାଣ କରି ପଞ୍ଚାୟତ ଅଧିକାରୀମାନେ ଟଙ୍କା ହଡ଼ପ କରୁଥିବା ଆଗ୍ରେନ ଗ୍ରାମର ଜଣେ ବ୍ୟକ୍ତି ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିବା ପରେ ଏପରି କଥା ପଦାକୁ ଆସିଥିବା ଜଣାପଡ଼ିଛି।

Advertisment

publive-imageଆଗ୍ରେନ ଗ୍ରାମର ଜଣେ ବ୍ୟକ୍ତି ୨୦୧୯ ମାର୍ଚ୍ଚ ଠାରୁ ୨୦୨୧ ଜୁନ ପର୍ଯ୍ୟନ୍ତ ଆଗ୍ରେନ ପଞ୍ଚାୟତରେ କେତେ ଜଣ ହତାଧିକାରୀ ଅନ୍ତୋଦୟ ଓ ପିଏଚଏଚ କାର୍ଡ ପାଇଛନ୍ତି, ତାର ସୂଚନା ଅଧିକାର ଆଇନରେ ମାଗିଥିଲେ। ପଞ୍ଚାୟତ ପକ୍ଷରୁ ଦିଆଯାଇଥିବା ହତାଧିକାରୀଙ୍କ ତାଲିକାରେ ମୃତ ବ୍ୟକ୍ତିଙ୍କ ନାମ ମଧ୍ୟ ରହିଛି। ଏପରି ଆଗ୍ରେନ ପଞ୍ଚାୟତରେ୨୦ ରୁ ଅଧିକ ହିତାଧିକାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କର ଚାଉଳ ଉଠାଣ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଗ୍ରେନ ପଞ୍ଚାୟତର ଶ୍ରୀମତୀ ଭୋଇଙ୍କର ଆଜିକୁ ୫ ବର୍ଷ ହେବ ମୃତ୍ୟୁ ହୋଇଛି। ହେଲେ ଏହି ତାଙ୍କ ରାସନ କାର୍ଡରେ ଜୁନ ୨୦୨୧ ପର୍ଯ୍ୟନ୍ତ ଚାଉଳ ଉଠାଣ ହୋଇଥିବା ଦେଖିବାକୁ ମିଳିଛି। ସେହିପରି ଆଗ୍ରେନ ଗ୍ରାମର ନିଆଲପଡ଼ାର ତୁଲାରାମ ନିଆଲଙ୍କର ମଧ୍ୟ ୫ ବର୍ଷ ହେବ ମୃତ୍ୟୁ ହୋଇଛି। ହେଲେ ତାଙ୍କ ନାମରେ ପରିବାର ଲୋକ ଚାଉଳ ପାଉନାହାନ୍ତି। ମୃତ୍ୟୁ ତୁଲାରାମଙ୍କ ନାମରେ ମଧ୍ୟ ଚାଉଳ ଆସୁଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ହେଲେ ଆଜିକୁ ୫ ବର୍ଷ ହେବ ଏହି ପରିବାରଙ୍କ ନାମରେ ଆସୁଥିବା ଚାଉଳ ଖାଉଛି କିଏ?

publive-image ଏପରି ପଞ୍ଚାୟତରେ୨୦ ରୁ ଅଧିକ ମୃତ ବ୍ୟକ୍ତିଙ୍କ ଚଉଲ ପଞ୍ଚାୟତରେ ଦାୟତ୍ବରେ ରହିଥିବା ଅଧିକାରୀମାନେ ଏହି ଚାଉଳକୁ ହଡ଼ପ କରୁଥିବା ଅଭିଯୋଗ ହୋଇଛି। ସେପରି ଆଗ୍ରେନ ଗ୍ରାମର ସନାତନ ନାଗ ପିଏଚଏଚ ଓ ଅନ୍ତୋଦୟ ମଧ୍ୟ ତାଙ୍କର ନାମ ରହିଛି। ଗୋଟିଏ ହିତାଧିକାରୀଙ୍କ ନାମରେ ଗୋଟିଏ ରାସନ କାର୍ଡ ରହିବା କଥା ହେଲେ ସନାତନ ନାଗଙ୍କ ନାମରେ ଦ୍ବଇଟି କାର୍ଡ ରହିଛି। ଶ୍ରୀ ନାଗ ପିଏଚଏଚରେ ୨୦ କେଜି ଚାଉଳ ବର୍ତ୍ତମାନ ପାଉଛନ୍ତି। ହେଲେ ଅନ୍ତୋଦୟ କାର୍ଡର ୩୫ କେଜି। ଚାଉଳ କିଏ ହଡ଼ପ କରୁଛି ତାହା ବର୍ତ୍ତମାନ ବର୍ଚ୍ଚାର ବିଷୟ ହୋଇଛି। ଏପରି ଏହି ପଞ୍ଚାୟତରେ ସରପଞ୍ଚ ଓ ପିଇଓ ଓ ଯୋଗାଣ ସହାୟକ ମିଶି ଆଜିକୁ ବର୍ଷ ବର୍ଷ ହେବ ଆଗ୍ରେନ ପଞ୍ଚାୟତର ମୃତ ବ୍ୟକ୍ତିଙ୍କ ନାମରେ ଚଉଲ ଉଠାଣ କରି କୋଟି କୋଟ ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହୋଇଛି। ଏହା ଉପରେ କୋମନା ବିଡିଓ ସଦାଶିବ ଭଦ୍ରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ମୋ ଖବର ଆସିନାହିଁ। ଏପରି ହୋଇଥିଲେ ଏକ କମିଟି ଗଠନ କରାଯାଇ ତାର ତଦନ୍ତ କରାଯିବ ଓ ଦୋଷୀ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।