ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଅଞ୍ଚଳରୁ ପିଡିଏସ୍ ଚାଉଳ ଚୋରା ଚାଲାଣ ବେଳେ ଧରା ପଡ଼ିଛି। ପୁଲିସ ଚାଉଳ ବୋଝେଇ ମିନିଟ୍ରକ୍ (ଓଆର୍ ୦୩ଜି ୩୯୫୧)କୁ ଅଟକ ରଖି ଅଧିକ ତଦନ୍ତ କରୁଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଶନିବାର ରାତିରେ ଉକ୍ତ ଗାଡ଼ିରେ ପିଡିଏସ୍ ଚାଉଳ ବେଆଇନ ଚାଲାଣ ହେଉଥିବା ସୂଚନା ମିଳିଥିଲା।
ବାଦୀପଡ଼ା ଗାଁରୁ ଗାଡ଼ିକୁ ଧରାଯାଇଥିଲା। ଗାଡ଼ି ମାଲିକ କୁଳଦୀପ ଗୁପ୍ତା ହୋଇଥିବା ବେଳେ ଏଥିରେ ୪୨ ବସ୍ତା ଚାଉଳ ଥିବା ଜଣାପଡ଼ିଛି। ପୁଲିସ ବ୍ଲକ୍ ଯୋଗାଣ ଅଧିକାରୀ ପ୍ରଭାତ ଦାସଙ୍କୁ ଏ ସଂର୍କରେ ଖବର ଦେଇଛି। ରାତି ହୋଇଥିବାରୁ ରବିବାର ଚାଉଳ ଓଜନ କରାଯିବ ବୋଲି ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/10-19.jpg)