ପିଡିଭି ବାଲାଷ୍ଟିକ ମିଜାଇଲର ପରୀକ୍ଷଣ ଆଜି

ଚାନ୍ଦବାଲି : ବଙ୍ଗୋପସାଗର ପୂର୍ବ ଉପକୂଳ ଅବ୍ଦୁଲ କାଲମ ଦ୍ବୀପରୁ ଆସନ୍ତାକାଲି ନିର୍ଦ୍ଧାରିତ ସମୟରେ ଡିଆରଡିଓ ପକ୍ଷରୁ ପିଡିଭି ମିଜାଇଲ ପରୀକ୍ଷଣ କରାଯିବ ବୋଲି ସୂଚନା ମିଳିଛି। ପୂର୍ବରୁ ଏହି ମିଜାଇଲ ଗତମାସ ଫେବ୍ରୁଅ‌ାରି ୧୨ ତାରିଖରେ ପରୀକ୍ଷଣ ହୋଇଥିଲା। ୨୦୧୪ରେ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ଏହି ବାଲାଷ୍ଟିକ ମିଜାଇଲ ୨୦୦୬ ନଭେମ୍ବର ୨୬ ତାରିଖରେ ନିର୍ମାଣ କରାଯାଇଥିଲା। ଏଥିରେ ୧୦୦ କିମିରୁ ୨୦୦୦ କିମି ପର୍ଯ୍ୟନ୍ତ ଲକ୍ଷଭେଦୀ କ୍ଷମତା ରହିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର