ଦେବଝରଣ ଜଳପ୍ରପାତରେ ଶାନ୍ତି ହୋମ

ଯୁଯୁମୁରା: ଯୁଯୁମୁରା ବ୍ଲକ୍‌ କୟାକୁଦ ପଞ୍ଚାୟତରେ ଥିବା ପର୍ଯ୍ୟଟନ କ୍ଷେତ୍ର ଦେବଝରଣ ଜଳପ୍ରପାତରେ ସୋମବାର ଜନ୍ମାଷ୍ଟମୀ ଅବସରରେ ଶାନ୍ତି ହୋମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜଳପ୍ରପାତରେ ବୁଡ଼ି ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ଆତ୍ମାର ସଦ୍‌ଗତି କାମନା କରି ଦେବଝରଣ ବିକାଶ ମଞ୍ଚ ପକ୍ଷରୁ ଏହି କାର୍ଯ୍ୟକ୍ରମ ହୋଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି।

ଏଥିରେ କର୍ତ୍ତା ଭାବେ ମଞ୍ଚର ଆବାହକ ଅରୁଣ ଦେହୁରୀ ଓ ପୂଜକ ଭାବେ ଶ୍ରୀକାନ୍ତ ପାଣିଗ୍ରାହୀ ଦାୟିତ୍ବ ତୁଲାଇଥିଲେ। ମଞ୍ଚର କର୍ମକର୍ତ୍ତା ଆଇନଜୀବୀ ସଂଜୟ ବିଶ୍ବାଳ, ଗୌତମ ପ୍ରଧାନ, ମୋତିଲାଲ ରଣା, ଦିଲ୍ଲୀ ବେହେରା, ରମଣୀ ଭୋଇ, ଯୋଗେନ୍ଦ୍ର ଭୋଇ, ହେମନ୍ତ ବାଙ୍କ, ମନୋଜ ମିର୍ଦ୍ଧାଙ୍କ ସମେତ ଗଇଲଗୁଡ଼ି ଓ ତାଳଝରଣର ଗ୍ରାମବାସୀ ସହଯୋଗ କରିଥିଲେ। ଏହି ଅବସରରେ ଜଳପ୍ରପାତରେ ସ୍ବଚ୍ଛତା କାର୍ଯ୍ୟକ୍ରମ ଭାବେ ‘ଗ୍ରିନ୍‌ ଦେବଝରଣ, କ୍ଲିନ୍‌ ଦେବଝରଣ’ ଯୋଜନା ହାତକୁ ନିଆଯାଇଥିଲା।

ସମ୍ବନ୍ଧିତ ଖବର