ମାଲକାନଗିରି: ପୁଲିସର ଲଗାତାର ଅପରେସନରେ ନକ୍ସଲ ସଂଗଠନର ବଡ଼ ବଡ଼ ନେତା ଟଳି ପଡୁଥିବା ବେଳେ ସଂଗଠନକୁ ଏବେ ଶକ୍ତ ଧକ୍କା ଲାଗିଛି। ନକ୍ସଲ ଏବେ ଶେଷ ନିଃଶ୍ବାସ ନେଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ସଂଗଠନ ଦୁର୍ବଳ ହେବା ସହ ସଂଗଠନର କେନ୍ଦ୍ରୀୟ କମିଟିର ଶୀର୍ଷ ନେତାମାନେ ଏକତ୍ର ବୈଠକ କରିପାରୁ ନାହାନ୍ତି।
ଜଙ୍ଗଲରେ ଘାଇଲା ବାଘ ଭଳି ଯବାନ ନକ୍ସଲଙ୍କୁ ଖୋଜି ବୁଲୁଛନ୍ତି। ଗୁଇନ୍ଦା ରିପୋର୍ଟ ମିଳିବା ପରେ ତୁରନ୍ତ ଚଢ଼ଉ କରାଯାଉଛି। ନକ୍ସଲ ସଂଗଠନର ନିଜର ଲୋକ ହିଁ ସଂଗଠନକୁ ଭୁଶୁଡ଼ିବାରେ ସହଯୋଗ କରୁଛନ୍ତି।
ନକ୍ସଲ ସଂଗଠନ ପକ୍ଷରୁ ବାରମ୍ବାର ପତ୍ର ମାଧ୍ୟମରେ ସରକାରଙ୍କୁ ଶାନ୍ତିବାର୍ତ୍ତା ପାଇଁ ଅନୁରୋଧ କରାଯାଉଛି। କୌଣସି ସର୍ତ୍ତ ନରଖି ଶାନ୍ତିବାର୍ତ୍ତା ପାଇଁ ସରକାର ଆଗେଇ ଆସନ୍ତୁ ବୋଲି ସଂଗଠନ ନିବେଦନ କରିଛି। ପ୍ରାୟ ତିନିରୁ ଚାରୋଟି ପତ୍ର ଦେବା ପରେ ମଧ୍ୟ ସରକାରଙ୍କ ତରଫରୁ କୌଣସି ଉତ୍ତର ମିଳୁ ନାହିଁ। କେବଳ କୁହାଯାଉଛି ଆତ୍ମସମର୍ପଣ ହିଁ ଶାନ୍ତିବାର୍ତ୍ତା ପାଇଁ ମାର୍ଗ ଖୋଲିବ।
ନକ୍ସଲଙ୍କ ପକ୍ଷରୁ କୁହାଯାଉଛି ଯେ, ଆମେ ଗତ ୬ ମାସ ହେବ କୌଣସି ଅଘଟଣ ଘଟାଇ ନାହିଁ। କିନ୍ତୁ ସରକାର କଗାର ନାମରେ ଅପରେସନ ଜାରି ରଖିଛନ୍ତି। ନିରୀହ ଆଦିବାସୀଙ୍କୁ ଟାର୍ଗେଟ କରି ହତ୍ୟା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଆସନ୍ତା ୬ ମାସ କୌଣସି ଗୁଳି ଫୁଟିବ ନାହିଁ। ଶାନ୍ତିବାର୍ତ୍ତା ପାଇଁ ଆମର କମିଟି ଗଠିତ ହୋଇଛି। ସରକାର ଯେଉଁଠି ଚାହିଁବେ ଆମେ ହାଜର ହୋଇ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛୁ ବୋଲି ସଂଗଠନ କହିଛି।
କିନ୍ତୁ କୌଣସି ପଦକ୍ଷେପ ଫଳପ୍ରଦ ନହେବାରୁ ଏବେ ସମାଜସେବୀ ସୋନୀ ସୁରି ଇନ୍ଦ୍ରାବତୀ ନଦୀ ତଟରେ ବାସ କରୁଥିବା ୧୦ ପଞ୍ଚାୟତର ଲୋକଙ୍କୁ ଏକତ୍ରିତ କରି ଶାନ୍ତାବାର୍ତ୍ତା ପାଇଁ ସରକାରଙ୍କ ଉପରେ ଚାପ ପକାଇବାକୁ ଚେଷ୍ଟା ଆରମ୍ଭ କରିଛନ୍ତି। ସୋନି ସୁରିଙ୍କ କହିବା ହେଲା ନକ୍ସଲଙ୍କ ପକ୍ଷରୁ ଏବଂ ପୁଲିସଙ୍କ ପକ୍ଷରୁ କେବଳ ନିରୀହ ଲୋକ ହିଁ ମରୁଛନ୍ତି।
ଅଧିକ ପଢ଼ନ୍ତୁ: ଐତିହାସିକ ବିଜୟ ହାସଲ କରିବା ପରେ ଅନୁଷ୍କାଙ୍କୁ 'ଫ୍ଲାଇଙ୍ଗ କିସ୍' ଦେଲେ ବିରାଟ: ଭିଡିଓ ଭାଇରାଲ
ନକ୍ସଲ ପୁଲିସ ଇନଫର୍ମର ସନ୍ଦେହରେ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି। ପୁଲିସ ନକ୍ସଲ କହି ସେମାନଙ୍କୁ ଜେଲରେ ଭର୍ତ୍ତି କରୁଛି। ସରଳ ନିରୀହ ଆଦିବାସୀ ଯିବେ କୁଆଡେ। ତେଣୁ ଶାନ୍ତିବାର୍ତ୍ତା ହେଲେ ଲୋକେ ପୁଣି ନିଜର ପୂର୍ବ ଅବସ୍ଥାକୁ ଫେରିବେ। ଜଙ୍ଗଲରେ ବେଧଡକ ବୁଲିପାରିବେ, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରିପାରିବେ ବୋଲି କୁହାଯାଇଛି। ସରକାର ନମାନିଲେ ଆଗାମୀ ଦିନରେ ବଡ଼ ଆନ୍ଦୋଳନ କରାଯିବ ବୋଲି ସମାଜସେବୀ ସୋନି ସୁରି କହିଛନ୍ତି।
ଅଧିକ ପଢ଼ନ୍ତୁ: ୭ ଦିନ ମଧ୍ୟରେ ଦିବ୍ୟାଙ୍ଗଙ୍କୁ ବିବାହ କରିଥିବା ବ୍ୟକ୍ତିଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଅ: ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ
Malkangiri Naxal
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/05/28/ymY7LONIJEP56OcvTuat.jpg)