ସର୍ବଭାରତୀୟ ପେନ୍‌ସନ ଅଦାଲତରେ ଅବସରକାଳୀନ ପ୍ରାପ୍ୟ ପ୍ରଦାନ

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ସର୍ବଭାରତୀୟ ପେନ୍‌ସନ ଅଦାଲତ ଆଜି ପ୍ରଧାନ ମହାଲେଖାକାରଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅଦାଲତରେ କେନ୍ଦ୍ର ସରକାରୀ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ବିଭିନ୍ନ ଅବସରକାଳୀନ ପ୍ରାପ୍ୟର ତ୍ବରିତ ସମାଧାନ କରାଯାଇ ସେମାନଙ୍କୁ ବକେୟା ପ୍ର‌ାପ୍ୟ ପ୍ରଦାନ କରାଯାଇଥିଲା। ଏହି ଅଦାଲତରେ ପ୍ରଧାନ ମହାଲେଖାକାର ମଧୁମିତା ବସୁ, ଉପ-ମହାଲେଖାକାର ଦୀନମଣି ମଲ୍ଲିକ, ମସରୁର୍‌ ଅହମ୍ମଦ ଓ ମହାଲେଖାକାର କାର୍ଯ୍ୟାଳୟର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ଅବସରପ୍ର‌ାପ୍ତ କର୍ମଚାରୀମାନଙ୍କର ଅଭିଯୋଗ ଶୁଣାଣି କରିବା ସହ ସେମାନଙ୍କର ବକେୟା ପେନ୍‌ସନ୍‌, ଗ୍ରାଚ୍ୟୁଇଟି ଓ ଅନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିଥିଲେ। ପ୍ରଧାନ ମହାଲେଖାକାର ଅବସରପ୍ରାପ୍ତ କର୍ମଚାରୀମାନଙ୍କର ସମସ୍ତ ପ୍ରାପ୍ୟ ସେମାନଙ୍କର ଅବସର ଦିନ ଦେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପେନ୍‌ସନ ଅଦାଲତକୁ ବରିଷ୍ଠ ଲେଖା ଅଧିକାରୀ ଗୌରୀ ମିଶ୍ର, ପୁରୁଷୋତ୍ତମ ସାହୁ, ସୁଚିତ୍ରା ଭଟ୍ଟ ଓ ଫକୀର ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର