ଭୁବନେଶ୍ୱର : ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ପ୍ରତି ଜିଲ୍ଲାରେ ପେନ୍ସନ୍ ମାମଲାର ସମାଧାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆସନ୍ତା ୧୭ ତାରିଖରେ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହେବ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଚିତ୍ରା ଅରୁମୁଗମ୍ ଚିଠି ଲେଖି ଜଣାଇଛନ୍ତି ଯେ ବକେୟା ପେନ୍ସନ୍ ମାମଲାର ଶୁଣାଣି ଓ ଫଏସଲା କରିବା ପାଇଁ ଏହି ପେନ୍ସନ୍ ଅଦାଲତ କରାଯାଇଛି। ଏହା ଦ୍ବାରା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ବକେୟା ପେନ୍ସନ୍ ମାମଲା ଶୀଘ୍ର ସମାଧାନ ହେଇପାରିବ ବୋଲି ଶ୍ରୀମତୀ ଅରୁମୁଗମ୍ ପ୍ରକାଶ କରିଛନ୍ତି।