ଭୁବନେଶ୍ୱର : ୨୦୦୫ ଜାନୁଆରି ୧ ଠାରୁ ନିଯୁକ୍ତି ପାଇଥିବା ସରକାରୀ କର୍ମଚାରୀଙ୍କୁ ବି ପୂର୍ଣ୍ଣ ପେନ୍ସନ୍ ପ୍ରଦାନ କରାଯିବ। ସେମାନେ ପୂର୍ବ ପରି ଅବସରକାଳୀନ ପେନ୍ସନ୍ ଓ ମୃତ୍ୟୁକାଳୀନ ଭତ୍ତା ପାଇବେ। ସପ୍ତମ ବେତନ କମିସନ୍ଙ୍କ ସୁପାରିସ୍ରେ ଥିବା ବ୍ୟବସ୍ଥା ଅନୁଯାୟୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଅର୍ଥ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ପ୍ରାୟ ୧ ଲକ୍ଷ କର୍ମଚାରୀ ଉପକୃତ ହେବେ।
Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶା ସିଭିଲ୍ ସର୍ଭିସେସ୍(ପେନ୍ସନ୍) ସଂଶୋଧନ ବିଧି, ୨୦୦୫ରେ ସରକାର ସରକାରୀ କର୍ମଚାରୀଙ୍କ ପ୍ରଚଳିତ ପେନ୍ସନ୍ ବ୍ୟବସ୍ଥା ବଦଳରେ କଣ୍ଟ୍ରିବ୍ୟୁଟାରି ପେନ୍ସନ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ। ଏଥିରେ ସରକାର ନିଜର ଅଂଶ ପ୍ରଦାନ କରୁଥିଲେ ଓ ସଂପୃକ୍ତ କର୍ମଚାରୀ ଏକ ଅଂଶ ପ୍ରଦାନ କରୁଥିଲେ। ଏବେ ଏହି ବ୍ୟବସ୍ଥା ବଦଳିଯିବ। ପୂର୍ବ ପ୍ରଚଳିତ ବିଧିବ୍ୟବସ୍ଥାରେ ପେନ୍ସନ୍ ପ୍ରଦାନ କରାଯିବ। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ସପ୍ତମ ବେତନ କମିସନ୍ଙ୍କ ସୁପାରିସ୍ କାର୍ଯ୍ୟକାରୀ କରିବା ପରେ ୨୦୧୬ ଅଗଷ୍ଟରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ପୁନର୍ବାର ପେନ୍ସନ୍ ବ୍ୟବସ୍ଥା ଲାଗୁ କରିଛନ୍ତି।