ଭୁବନେଶ୍ୱର: ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର | ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ପରିବାରକୁ ମିଳିବ ଭତ୍ତା । ଅଙ୍ଗନୱାଡି ଓ ଆଶାକର୍ମୀ କରୋନା ଡ୍ୟୁଟିରେ ଥିବା ବେଳେ ମୃତ୍ୟୁ ହେଲେ ତାଙ୍କ ପରିବାର ପାଇଁ ଭତ୍ତା ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । କରୋନା ଡ୍ୟୁଟିରେ ଥିବାବେଳେ ମୃତ୍ୟୁ ହେଲେ ସରକାର ଭତ୍ତା ଦେବାକୁ ଘୋଷଣା କରିଛନ୍ତି । ଆଶାକର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ୫ହଜାର ଓ ଅଙ୍ଗନୱାଡି କର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ମିଳିବ ୭ହଜାର ୫ଶହ ଟଙ୍କାର ଭତ୍ତା |
ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ୬୦ବର୍ଷ ହେବା ଯାଏଁ ଏହି ଭତ୍ତା ଯୋଗାଇ ଦିଆଯିବ । ତେବେ ଏହା ପୂର୍ବରୁ ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ତାଙ୍କର ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ବ୍ୟବସ୍ଥା ଭିତ୍ତିରେ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ | ଯେହେତୁ ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀ ଘର ଘର ବୁଲି ସର୍ଭେ କରୁଛନ୍ତି ତେଣୁ ସେମାନଙ୍କ ପାଇଁ ରାଜ୍ୟ ସରକାର ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି |
ଏଠାରେ ସୂଚନା ଥାଉ କି ରାଜ୍ୟରେ ଥିବା ଗ୍ରାମ ପଞ୍ଚାୟତଗୁଡ଼ିକରେ ୪୯୨୧୮ ଶଯ୍ୟା ବିଶିଷ୍ଟ ୫୪୮୦ କୋଭିଡ୍ ଗୃହ ସ୍ଥାପନ କରାଯାଇଛି। ଏହା ସହିତ ୩୭୯୯୮ ଶଯ୍ୟା ବିଶିଷ୍ଟ ୧୧୦୫ ଟି ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କ୍ଲଷ୍ଟର କାର୍ଯ୍ୟ କରୁଛି। ୧୧୪ ଟି ପୌରାଞ୍ଚଳରେ ୨୦୩୫ ଟି କୋଭିଡ୍ କେୟାର କମିଟି ଗଠନ କରାଯାଇଥିବା ବେଳେ ୫୯୫୬ ଶଯ୍ୟା ବିଶିଷ୍ଟ କୋଭିଡ୍ ଗୃହ ମଧ୍ୟ ସ୍ଥାପନ କରାଯାଇଛି। ଏହା ସହିତ ୫୮୯୮୮ ଶଯ୍ୟା ବିଶିଷ୍ଟ ୮୧୮ଟି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/aasa-didi-17_Thumb.jpg)