କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି-ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ଦନ୍ଦରା ଠାରେ ଦିନ ଦ୍ୱିପ୍ରହରରେ ଚଳନ୍ତା ବାଇକକୁ ଧକ୍କା ଦେଇ ଓ ମାରଣାସ୍ତ୍ର ଦେଖାଇ ଦୁର୍ବୃତ୍ତମାନେ ୪ ଲକ୍ଷ ୬୪ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଲୁଟ୍ର ଶିକାର ହୋଇଥିବା ବଙ୍ଗୋମୁଣ୍ଡା ଇଓ ସତ୍ୟ ଘିବେଲା ପୁଲିସ ନିକଟରେ ଏହି ଅଭିଯୋଗ କରିଛନ୍ତି।
ବଙ୍ଗୋମୁଣ୍ଡା ଗ୍ରାମପଞ୍ଚାୟତର ପିଇଓ ଶ୍ରୀ ଘିବେଲା ପୁଲିସକୁ କହିଛନ୍ତି, ଆଜି ସେ ନିଜର ସହଯୋଗୀ ଚିନ୍ତାମଣି ରଣା ଏକ ବାଇକରେ ବଙ୍ଗୋମୁଣ୍ଡା ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଭତ୍ତା ଟଙ୍କା ଉଠାଇ କଣ୍ଟାବାଞ୍ଜିସ୍ଥିତ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଅନ୍ୟ ଏକ ଗାଡ଼ିରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ। ଦୁର୍ବୃତ୍ତମାନେ ପ୍ରଥମେ ପିଇଓଙ୍କ ବାଇକ୍କୁ ଧକ୍କା ଦେଇଥିଲେ। ଏହା ପରେ ମାରଣାସ୍ତ୍ର ଦେଖାଇ ବାଇକ୍ର ଡିକିରୁ ୪ ଲକ୍ଷ ୬୪ ହଜାର ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।
ତେବେ ଦୁର୍ବୃତ୍ତଙ୍କ ଧକ୍କାରେ ଉଭୟ ପିଇଓ ଶ୍ରୀ ଘିବେଲା ଓ ତାଙ୍କ ସହଯୋଗୀ ଶ୍ରୀ ରଣା ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ବଙ୍ଗୋମୁଣ୍ଡା ପ୍ରାଥମିକ ରେ ଭର୍ତ୍ତି ହୋଇଛନ୍ତି। ବଙ୍ଗୋମୁଣ୍ଡା ପୁଲିସ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/21942b4f-aa3b-46ed-b92b-497e0ae0360e.jpeg)