ମାଲକାନଗିରି: ମାଥିଲି ସଦର ମହକୁମାରେ ଜଣେ ଅସହାୟ ଅବସ୍ଥାରେ ମହିଳା ଏଣେତେଣେ ବୁଲୁଥିବା ସହ ଦେହରେ ସାଢିଟି ନଥିବା ବେଳେ ଚିରା ଫଟା ପିନ୍ଧି ରହୁଥିବା ଦେଖିବାକୁ ମିଳିଥିଲା। କିଏ ଯଦି କିଛି ଖାଇବାକୁ ଦିଏ ତେବେ ସେ ଖାଇଦେଇ ଗଛ ମୂଳେ କିମ୍ବା ଖାଲି ସ୍ଥାନ ଦେଖି ଶୋଇପଡୁଥିଲେ। ମହିଳା ଜଣକ ବୃଦ୍ଧ ଅବସ୍ଥାରେ ପହଞ୍ଚିଥିବା ବେଳେ ମାନସିକ ଅଗ୍ରସର ଭଳି ଜଣାପଡୁଥିଲେ।
ତେବେ ମାଥିଲି ପିଇଓ ଅଶୋକ କୁମାର ମହାରଣା ମହିଳାଙ୍କ ଏଭଳି ଅବସ୍ଥା ଦେଖି ତାଂକୁ ଉଦ୍ଧାର କରିଥିଲେ। ତାଂକୁ ପିନ୍ଧିବାକୁ ସାଢି ତିନି ଖଣ୍ଡ ଦେବା ସହ କିପରି ସେ ଭଲ ଭାବେ ରହିବେ ସେନେଇ ଚିନ୍ତା କରିଥିଲେ। ଦୀର୍ଘ ଦିନ ଧରି ସେ ଗାଧୋଇ ନଥିବା ବେଳେ ତାଂକୁ ଗାଧୋଇବା ସହ ନୂଆ ସାଢି ପିନ୍ଧାଇଥିଲେ। ପରେ ମହିଳାଙ୍କୁ ଗୋବିନ୍ଦପାଲ୍ଲୀସ୍ଥିତ ଜରାଶ୍ରମରେ ଛାଡିଥିଲେ। ମହିଳା ଜଣକ ନିଜ ନାମ ଏବଂ ପରିଚୟ ଠିକ ଭାବେ କହିପାରୁନଥିବା ଦେଖିବାକୁ ମିଳିଥିଲା। ତେବେ ପିଇଓ ଶ୍ରୀ ମହାରଣା ମାନବିକତା ଦେଖାଇଥିବାରୁ ତାଂକୁ ସବୁ ମହଲରେ ପ୍ରଶଂସା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/83798332-e0cf-4e61-bf1a-319a9917d156-1.jpg)