ଜେଲ ଗଲେ ପିଇଓ, ଚଢ଼ଉ ବେଳେ କୋଟିଏରୁ ଅଧିକ ଟଙ୍କାର ସଂପତ୍ତି ଠାବ କରିଥିଲା ଭିଜିଲାନ୍‌ସ

ପାଟଣାଗଡ଼/ମୁରିବାହାଲ: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ୍‌ ଚଲକି ପଞ୍ଚାୟତର ନିର୍ବାହୀ ଅଧିକାରୀ (ପିଇଓ) ବିଶ୍ବମ୍ବର ଭୋଇ ଗୁରୁବାର ଜେଲ୍‌ ଯାଇଛନ୍ତି। ବୁଧବାର ଭିଜିଲାନ୍ସ ବିଭାଗ ତାଙ୍କ ଘରେ ଚଢ଼ଉ କରିଥିଲା।

ସୂଚନାଯୋଗ୍ୟ ଯେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହେବାରୁ ବୁଧବାର ଭିଜିଲାନ୍ ବିଭାଗ ପିଇଓ ଶ୍ରୀ ଭୋଇଙ୍କ ପାଟଣାଗଡ଼ ସହର ଗଙ୍ଗାନଗରସ୍ଥିତ ତାଙ୍କ ଘର, ନିଜ ଗ୍ରାମ ତମିଆଁ ଓ ଚଲକି ପଞ୍ଚାୟତ ଅଫିସରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ୧ କୋଟି ୧୨ ଲକ୍ଷ ୬୬ ହଜାର ୧୦୨ ଟଙ୍କାର ସମ୍ପତ୍ତି ମିଳିଥିବା ଭିଜିଲାନ୍ସ ସୂତ୍ରରୁ ଜଣା ପଡ଼ିଥିଲା। ବିଶ୍ବମ୍ବରଙ୍କୁ ଭିଜିଲାନ୍ସ ବିଭାଗ ପକ୍ଷରୁ ବଲାଙ୍ଗୀରଠାରେ ଅଧିକ ପଚରା ଉଚୁରା କରାଯାଇଥିଲା। ଏଥିରେ ବିଶ୍ବମ୍ବର ୫୮ ଲକ୍ଷ ଟଙ୍କାର ସମ୍ପତ୍ତି ସଂପର୍କରେ ହିସାବ ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରା ଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ନେଇ ବଲାଙ୍ଗୀର ଭିଜିଲାନ୍ସ ଡିଏସ୍‌ପି ସଦାନନ୍ଦ ପାଣିଙ୍କ ଠାରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର