୬ ହଜାର ଟଙ୍କା ଲାଞ୍ଚ ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ

ବ୍ରହ୍ମପୁର: ୬ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ ହୋଇଥିବାର ଖବର ମିଳିଛି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ତୁରୁବୁଡ଼ି ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ବେହେରାଙ୍କୁ ଭିଜିଲାନ୍ସ ଆଜି ସକାଳେ ଗିରଫ କରିଛି।
ସୂଚନା ଅନୁଯାୟୀ, ରୁହୁଣ୍ଡି ଗ୍ରାମର ହୃଷିକେଶ ଗୌଡ଼ଙ୍କ ପତ୍ନୀ ଶ୍ରୀମତୀ ଗୌଡ଼ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଯୋଜନାରେ ଘର ନିର୍ମାଣ କରିଛନ୍ତି। ଏହାର ୩୦ ହଜାର ଟଙ୍କାର ଶେଷ କିସ୍ତି ଦେବା ଲାଗି ଶ୍ରୀମତୀ ଗୌଡ଼ ବହୁବାର ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ବେହେରାଙ୍କ ପାଖକୁ ‌ଦୗଡ଼ି ନିରାଶ ହୋଇଥିଲେ। ରାଜେନ୍ଦ୍ର ଶ୍ରୀମତୀ ଗୌଡ଼ଙ୍କୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଶ୍ରୀମତୀ ଗୌଡ଼ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଆଜି ସକାଳେ ରାଜେନ୍ଦ୍ର କୁମାର ବେହେରା ଶ୍ରୀମତୀ ଗୌଡ଼ଙ୍କଠାରୁ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ସେଠାରେ ଛକିଥିବା ଭିଜିଲାନ୍ସ ଟିମ୍ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ମାଡ଼ିବସିଥିଲା। ତାଙ୍କଠାରୁ ୬ ହଜାର ଟଙ୍କା ବି ଜବତ କରାଯାଇଛି। ରାଜେନ୍ଦ୍ର କୁମାର ବେହେରାଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି। ଏଥିସହ ତାଙ୍କର ପୈତୃକ ବାସଭବନ ଓ ଭଡ଼ା ଘରେ ବି ଭିଜିଲାନ୍ସ ଟିମ୍ ଚଢ଼ାଉ କରଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର